ମଥୁରା: କେବଳ ସାଧାରଣ ଲୋକ ନୁହଁନ୍ତି, ଉତ୍ତରପ୍ରଦେଶରେ ମାଙ୍କଡ ଆତଙ୍କ ଯୋଗୁଁ ଅଧିକାରୀମାନେ ମଧ୍ୟ ଅସୁବିଧାରେ ପଡିଛନ୍ତି। ମାଙ୍କଡମାନଙ୍କ ପ୍ରତି ବିପଦ ଥିବାରୁ ଲୋକଙ୍କ ଜୀବନ କଷ୍ଟସାଧ୍ୟ ହୋଇପଡିଛି। ପ୍ରାୟ ସମୟ ମାଙ୍କଡମାନେ ଲୋକଙ୍କୁ ଆକ୍ରମଣ କରୁଥିବାବେଳେ ସେମାନଙ୍କର ଜିନିଷ ନେଇ ପଳାୟନ କରୁଛନ୍ତି | ତେବେ ଏଥର ମାଙ୍କଡ଼ ଆତଙ୍କର ଶିକାର କୌଣସି ସାଧାରଣ ଲୋକ ହୋଇନାହାନ୍ତି ବରଂ ଜିଲ୍ଲାର ସର୍ବେସର୍ବା କୁହାଯାଉଥିବା ଜିଲ୍ଲାପାଳଙ୍କ ସହ ଏହା ଘଟିଛି | ବଡ କଥା ଯେ ମାଙ୍କଡଟି ସରକାରୀ ଅଧିକାରୀ ଏବଂ ପୁଲିସ କର୍ମଚାରୀଙ୍କ ଗହଳି ସତ୍ତ୍ୱେ ଜିଲ୍ଲାପାଳଙ୍କ ଚଷମା ଧରି ପଳାଇ ଯାଇଥିଲା। ବହୁ ପରିଶ୍ରମ ପରେ ଚଷମାଟି ମାଙ୍କଡ଼ ପାଖରୁ ଫେରାଇ ଅଣାଯାଇଥିଲା |
ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନା ମୁତାବକ ଏକ ମାଙ୍କଡ଼ ମଥୁରାର ଜିଲ୍ଲାପାଳ ନବନିତ ଚହଲଙ୍କ ଚଷମା ନେଇ ପଳାଇଯାଇଥିଲା | ଆଉ କୌତୁହଳର କଥା ଯେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ମାଙ୍କଡ଼ ଚଷମା ନେଇ ପଳାଇଯାଇଥିଲେ ବି କେହି କିଛି କରିପାରିନଥିଲେ | ମଥୁରା ଜିଲ୍ଲାପାଳ ବାଙ୍କେ ବିହାର ମନ୍ଦିରକୁ ଯାଇଥିବାବେଳେ ଏହି ଘଟଣା ଘଟିଥିଲା |
सोशल मीडिया पर एक बंदर का वीडियो तेजी से वायरल हो रहा है। वीडियो में बंदर मथुरा डीएम का चश्मा लेकर भाग जाता है। बंदर की इस हरकत को देखकर अन्य अफसरों के पसीने छूट गए। चश्मा पाने के लिए बड़ी मिन्नतें की गईं, तब जाकर चश्मा वापस मिल सका।#mathuradm #videoviral #monkeyattack pic.twitter.com/Qe502gd6i6
— Hindustan UP-Bihar (@HindustanUPBH) August 21, 2022
ଏହା ପରେ ଚଷମାକୁ କିଭଳି ଅଣାଯିବ ସେହି କାମରେ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ପୁଲିସ ସମସ୍ତେ ଲାଗିପଡ଼ିଥିଲେ | ଖାଦ୍ୟଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଲୋଭ ଦେଖାଇ ମାଙ୍କଡ଼ଠାରୁ ଚଷମା ଆଣିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ମାଙ୍କଡ଼ ଚଷମା ଦେଇନଥିଲା। ଏହା ଦୀର୍ଘ ସମୟ ଧରି ଚାଲିଥିଲା | ଶେଷରେ, ବହୁ ସମୟର କସରତ ପରେ ମାଙ୍କଡଟି ଜିଲ୍ଲାପାଳଙ୍କ ଚଷମା ଫେରାଇଦେଇଥିଲା |