ନୂଆଦିଲ୍ଲୀ : ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଦିଲ୍ଲୀରେ ଜଣେ ଏବଂ କେରଳରେ ଜଣେ ଯୁବକ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି। ଦିଲ୍ଲୀରେ ଜଣେ ୩୫ ବର୍ଷୀୟ ନାଇଜେରିଆ ବ୍ୟକ୍ତି ମଙ୍କିପକ୍ସ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ସେ ନିକଟରେ କୌଣସି ବିଦେଶ ରାଷ୍ଟ୍ର ଯାଇନାହାନ୍ତି। ଗତକାଲି ମଧ୍ୟ ଦିଲ୍ଲୀରେ ଜଣେ ନାଇଜେରିଆ ବ୍ୟକ୍ତି ମଙ୍କିପକ୍ସ ଆକ୍ରାନ୍ତ ହୋଇଥିଲେ ଏବଂ ସେ ମଧ୍ୟ କୌଣସି ବିଦେଶ ରାଷ୍ଟ୍ର ଗସ୍ତ କରିଥିଲେ । ଦିଲ୍ଲୀରେ ମଙ୍କିପକ୍ସ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ଦିଲ୍ଲୀ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ଅନ୍ୟପକ୍ଷେ ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ରୋଗୀଙ୍କୁ ସୋମବାର ରାତିରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ତେବେ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରୁ ଦିଲ୍ଲୀ ସରକାର ୩ଟି ଘରୋଇ ହସ୍ପିଟାଲକୁ ଆଇସୋଲେସନ ରୁମ୍ ପ୍ରସ୍ତୁତ ରଖିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷେ କେରଳରେ ପୁଣି ଏକ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ୍ ଏହା ସ୍ପଷ୍ଟ କରିଛନ୍ତି। ୩୦ ବର୍ଷୀୟ ରୋଗୀ ମଲପ୍ପୁରମରେ ଚିକିତ୍ସାଧୀନ ଅଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ୟୁଏଇରୁ ଗତ ଜୁଲାଇ ୨୭ରେ କୋଝିକୋଡ଼ ବିମାନବନ୍ଦରରେ ପହଞ୍ଚିଥିଲେ। ମଲପ୍ପୁରମର ମଂଜେରି ମେଡିକାଲ କଲେଜରେ ସେ ଚିକିତ୍ସିତ ହେଉଛନ୍ତି। କେରଳରେ ଏହା ପଞ୍ଚମ ମଙ୍କିପକ୍ସ ମାମଲା। ଉଲ୍ଲେଖଯୋଗ୍ୟ ଯେ ଥ୍ରିସୁରରେ ଜଣେ ବ୍ୟକ୍ତି ମଙ୍କିପକ୍ସରେ ପ୍ରାଣ ହରାଇବାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ମୋଟ୍ ୨୦ ଜଣଙ୍କୁ କ୍ବାରାଣ୍ଟିନରେ ରଖାଯାଇଛି।
ଦେଶରେ ମଙ୍କିପକ୍ସ ମାମଲା ୮କୁ ବୃଦ୍ଧି: ଦିଲ୍ଲୀରେ ତୃତୀୟ, କେରଳରେ ପଞ୍ଚମ ମାମଲା
/sambad/media/post_attachments/wp-content/uploads/2022/05/monkeypox-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)