ମଙ୍କିପକ୍ସ ସଂକ୍ରମଣ : ବିଶ୍ବ ସ୍ବାସ୍ଥ୍ୟ ଜରୁରୀପରିସ୍ଥିତି ଘୋଷଣା କଲା ‘ହୁ’

ନୂଆଦିଲ୍ଲୀ : ବିଶ୍ବରେ ମଙ୍କିପକ୍ସ ମାମଲା ଚିନ୍ତାଜନକ ଭାବେ ବଢିଚାଲିଛି । ଭାରତରେ ମଧ୍ୟ ଏହା ନିଜର କାୟା ମେଲାଇ ଚାଲିଛି । ଶନିବାରଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏହାକୁ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ବୋଲି ଘୋଷଣା କରିଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟ୍ରେଡୋସ ଆଧାନମ ଘେବ୍ରୟସ କହିଛନ୍ତି ମଙ୍କିପକ୍ସ ସଂକ୍ରମଣ ବିଶ୍ବରେ ଚିନ୍ତାଜନକ ଭାବେ ଏକ ଜନସ୍ବାସ୍ଥ୍ୟ  ବିପଦ ସୃଷ୍ଟି କରିଛି । ସେ କହିଛନ୍ତି, ପ୍ରାୟ ମାସକ ତଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ନିୟମ ସଂପର୍କିତ ଜରୁରୀକାଳୀନ କମିଟି ମଙ୍କିପକ୍ସ ସଂକ୍ରମଣ ସଂପର୍କରେ ସମୀକ୍ଷା କରିଥିଲା । ମାସକ ପରେ ଏବେ ବିଶ୍ବରେ ମଙ୍କିପକ୍ସ ୭୫ଟି ଦେଶକୁ ବ୍ୟାପିଯାଇଛି ଓ ମୋଟ ୧୬ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ଓ ୬ ଜଣ ମୃତ୍ୟୁବରଣ କରିଛନ୍ତି । ଏଣୁ ଏହାକୁ ନେଇ ଚିନ୍ତା ବଢିଯାଇଛି ।

ଭାରତରେ ମଧ୍ୟ ମଙ୍କିପକ୍ସ ନିଜର କାୟା ମେଲାଇ ସାରିଛି । ଭାରତରେ ଏପର୍ଯ୍ୟନ୍ତ ମୋଟ ୩ଟି ମାମଲା ଦେଖାଦେଇଛି ଓ ସମସ୍ତ ମାମଲା କେରଳରେ ଦେଖାଦେଇଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପୂର୍ବରୁ କହିଥିଲା ଯେ  ମଙ୍କିପକ୍ସ ହେଉଛି ପଶୁଙ୍କ ଶରୀରରୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥିବା ଏକ ଭୁତାଣୁ । ଏହା ସାଧାରଣତଃ ମିଳିମିଳା ପରି ଦେଖାଯାଇଥାଏ । ତେବେ ଏହା ସେତେଟା ମାରାତ୍ମକ ନୁହେଁ । କିନ୍ତୁ ଏବେ ଏହି ସଂକ୍ରମଣକୁ ନେଇ ସଂଗଠନ ଚିନ୍ତା ପ୍ରକାଶ କରିଛି ।

ସମ୍ବନ୍ଧିତ ଖବର