ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ: ୧୨ଟି ଦେଶରେ ବ୍ୟାପିଲାଣି ମଙ୍କିପକ୍ସ, ଭାରତରେ ଏହା ଚିନ୍ତାର କାରଣ ପାଲଟିବ କି?

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପରି ଆଉ ଏକ ନୂଆ ବେମାରୀ ଦୁନିଆରେ ଖୁବ୍ ଶୀଘ୍ର ବ୍ୟାପିବାରେ ଲାଗିଛି। ଆପଣ ଜାଣି ସାରିଥିବେ ଯେ ଆମେ ମଙ୍କିପକ୍ସ ବିଷୟରେ କହୁଛୁ। ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏବେ ସୁଦ୍ଧା ପୃଥିବୀରେ ସମୁଦାୟ ୯୨ ଜଣ ମଙ୍କିପକ୍ସ ଆକ୍ରାନ୍ତ ହୋଇ ସାରିଛନ୍ତି। ସମସ୍ତ ମାମଲା ୟୁକେ, ୟୁରୋପୀୟ ଦେଶ, ଉତ୍ତର ଆମେରିକା ଓ ଅଷ୍ଟ୍ରେଲିଆ ସମେତ ୧୨ଟି ଦେଶରେ ଚିହ୍ନଟ ହୋଇଛି।

ମଙ୍କିପକ୍ସକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଚେତାବନୀ ବି ଦେଇଛି ଯେ ଯେଉଁ ଦେଶରେ ଏହି ସଂକ୍ରମଣ ଏବେ ସୁଦ୍ଧା ଦୃଶ୍ୟମାନ ହୋଇନି ସେସବୁ ଦେଶ ଖୁବ୍ ଶୀଘ୍ର ଏହାର ଶିକ‌ାର ହୋଇପାରନ୍ତି। ତେବେ, ମଙ୍କିପକ୍ସ ବ୍ୟାପିବାର ସବୁଠାରୁ ଅଧିକ ସମ୍ଭାବନା ହେଉଛି ସମ୍ଭୋଗ। ଏହି ରୋଗ ସମ୍ଭୋଗ ଦ୍ବାରା ହିଁ ବେଶ ବ୍ୟାପୁଛି ବୋଲି ଗବେଷଣାରୁ ଜଣାପଡୁଛି। ଏହାକୁ ରୋକିବା ପାଇଁ ସୁରକ୍ଷିତ ଶାରୀରିକ ଯୋଗାଯୋଗ ଉପରେ ହୁ ଗୁରୁତ୍ବାରୋପ କରିଛି।

ତେବେ ପ୍ରଶ୍ନ ଉଠୁଛି ଏହା ଭାରତ ପାଇଁ ଚିନ୍ତାର କାରଣ କି? ହୋଇଥିବା ସର୍ଭେରୁ ଜଣାପଡ଼ିିଛି ଯେ ଏହି ରୋଗ ବିଶେଷ କରି ପ୍ରାଣୀମାନଙ୍କ ଶରୀରରେ ଦେଖାଯାଉଛି। ଭାରତରେ ଏହାର କୁପ୍ରଭାବ ରହିବନି ବୋଲି ନିଶ୍ଚିତ କରାଯାଇପାରେନା। ଏବେ ପର୍ଯ୍ୟନ୍ତ କିନ୍ତୁ ଭାରତରେ ଏହାର କୁପ୍ରଭାବ ପଡ଼ିବ ‌ବୋଲି କୌଣସି ସୂତ୍ରରୁ ଜଣା ନପଡ଼ିଥି‌ଲେ ବି ସତର୍କତାର ଆବଶ୍ୟକତା ରହିଛି ବୋଲି ଜଣେ ବରିଷ୍ଠ ଡାକ୍ତର ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର