ବରେଲି: ବରେଲିର ମଫସଲ ଅଞ୍ଚଳରେ ଗୋଟାଏ ମାଙ୍କଡ଼ ଜଣେ ବାପାଙ୍କ ହାତରୁ ୪ ମାସର ପୁଅଟିକୁ ଛଡ଼ାଇ ନେଇ ୩ ତାଲା କୋଠାଘର ଛାତରୁ ତଳକୁ ଫିଙ୍ଗିଦେବାରୁ କୋଳଛୁଆଟିର ମୃତ୍ୟୁଘଟିଥିବା କଥା ରବିବାର ଦିନ ଜଣେ ସରକାରୀ ଅଧିକାରୀ କହିଛନ୍ତି।

Advertisment

ବରେଲିର ମୁଖ୍ୟ ବନ ସଂରକ୍ଷକ ଲଳିତ ବର୍ମା କହିଛନ୍ତି ଯେ, ଘଟଣା ସଂକ୍ରାନ୍ତରେ ସେ ରିପୋର୍ଟ ପାଇବା ପରେ ତଦନ୍ତ କରିବା ପାଇଁ ବନ ବିଭାଗର ଗୋଟାଏ ଟିମ୍‌କୁ ପଠାଯାଇଛି।

publive-image Image Courtesy of NDTV

ବରେଲି ଅନ୍ତର୍ଗତ ଦୁଙ୍କା ଗ୍ରାମର ୨୫ ବର୍ଷିୟ ବାସିନ୍ଦା ନିର୍ଦେଶ ଉପାଧ୍ୟାୟ କହିଛନ୍ତି ଯେ, ଶୁକ୍ରବାର ସନ୍ଧ୍ୟା ବେଳେ ସେ ୪ ମାସର ପୁଅକୁ କାଖରେ ଧରି ପତ୍ନୀଙ୍କ ସହିତ ୩ ତାଲା ଘରର ବାଲ୍‌କୋନିରେ ଚଲାବୁଲା କରୁଥିଲେ। ହଠାତ୍‌ ପଲେ ମାଙ୍କଡ଼ ଛାତ ଉପରକୁ ଚାଲି ଆ‌ସିଲେ। ପତିପତ୍ନୀ ମାଙ୍କଡ଼ମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରନ୍ତେ ସେମାନେ ନିର୍ଦେଶଙ୍କୁ ବେଢ଼ି ଗଲେ। ସେ ପାହଚ ବାଟେ ତଳକୁ ଆସିବା ବେଳେ ପୁଅ ତାଙ୍କ ହାତରୁ ଖସି ପଡ଼ିଲା। ନିର୍ଦେଶ ତଳୁ ପୁଅକୁ ଉଠାଇବା ପୂର୍ବରୁ ଗୋଟାଏ ମାଙ୍କଡ଼ ତାକୁ ଉଠାଇ ନେଇ ଛାତ ଉପରୁ ତଳକୁ ପକାଇ ଦେଲା।

ମାଙ୍କଡ଼ ହାତରୁ ତଳେ ପଡ଼ିବା ପରେ ଘଟଣାସ୍ଥଳରେ ହିଁ କୋଳଛୁଆଟିର ମୃତ୍ୟୁ ଘଟିଲା।

ପତିପତ୍ନୀଙ୍କ ଚିତ୍କାର ଶୁଣି ଛାତ ଉପରକୁ ଚାଲି ଆସିଥିବା ପରିବାରର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ମାଙ୍କଡ଼ମାନେ ଆକ୍ରମଣ କରିଥିଲେ। ନିର୍ଦେଶଙ୍କୁ ମଧ୍ୟ ଗୋଟାଏ ମାଙ୍କଡ଼ କାମୁଡ଼ି ପକାଇଛି।