ମୁମ୍ବାଇ: ମୁମ୍ବାଇରେ ଲଗାତାର ବର୍ଷା ଯୋଗୁଁ ଜୀବନଯାତ୍ରା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଏପରି ସମୟରେ ମୁମ୍ବାଇରେ ଏକ ଅଘଟଣ ଘଟିଯାଇଛି । ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଯିବାରୁ ଓ ଅତ୍ୟଧିକ ଯାତ୍ରୀ ଚଢିବା କାରଣରୁ ଚେମ୍ବୁର ଅଞ୍ଚଳରେ ମୋନୋରେଲ୍ ଫ୍ଲାଇଓଭର ଉପରେ ହିଁ ଫସି ଯାଇଛି। ଏହା ସହିତ ଯାତ୍ରୀମାନେ ମୋନୋରେଲ ଭିତରେ ଫସି ଯାଇଥିଲେ। ଘଟଣାର ଗମ୍ଭୀରତାକୁ ଦେଖି, କ୍ରେନ୍ ସାହାଯ୍ୟରେ ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ ବାହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ, ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ବିଏମସି ଅନୁଯାୟୀ, ଏହି ସମୟରେ ପ୍ରାୟ ୧୫୦ ଜଣ ଲୋକ ଟ୍ରେନ୍ ଭିତରେ ଫସି ରହିଛନ୍ତି, ସେମାନଙ୍କୁ ବାହାର କରିବା କାମ ଚାଲିଛି। ତେବେ ଜଣେ ଯାତ୍ରୀ କହିଛନ୍ତି ଯେ ପ୍ରାୟ ୫୦୦ ଯାତ୍ରୀ ଭିତରେ ଫସି ରହିଛନ୍ତି।
/filters:format(webp)/sambad/media/media_files/2025/08/19/gyuvyguwoaa5j5x-2025-08-19-22-49-51.jpg)
ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ବିଦ୍ୟୁତ ଯୋଗାଣ ବନ୍ଦ ହେବା ଯୋଗୁଁ ନୁହେଁ କ୍ଷମତାଠାରୁ ଅଧିକ ଲୋକ ଚଢିବା ଫଳରେ ମନୋରେଲର ଓଜନ ବଢିଯାଇଥିଲା ଓ ତାହା ଅଟକିଯାଇଥିଲା। ମନୋରେଲର ନିର୍ଦ୍ଧାରିତ କ୍ଷମତା ୧୦୪ ମେଟ୍ରିକ ଟନ ଥିବାବେଳେ ଅଧିକ ଲୋକ ଚଢିବାରୁ ଓଜନ ୧୦୯ ମେଟ୍ରିକ୍ ଟନରେ ପହଞ୍ଚିଯାଇଥିଲା ।
ମୁମ୍ବାଇରେ ଅତ୍ୟଧିକ ବର୍ଷା ଯୋଗୁଁ ହାର୍ବଲ ଲୋକାଲ ରେଳସେବା ପ୍ରଭାବିତ ହୋଇଛି । ଏହା ଯୋଗୁଁ ଲୋକମାନେ ମନୋରେଲ ଉପରେ ନିର୍ଭର କରୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/19/gyuby7racaaaa7d-2025-08-19-22-49-28.jpg)