ନୂଆଦିଲ୍ଲୀ: ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଛି । ଆଣ୍ଡାମାନ ସାଗରରେ ପାଦ ଥାପିବା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ ଏବଂ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।
ତେବେ ଏଥର ସଅଳ ଆସିଛି ମୌସୁମୀ ବାୟୁ । ୧୩ ତାରିଖ ଦିନ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁବା ନେଇ ପୂର୍ବରୁ ଆକଳନ କରିଥିଲା ପାଣିପାଗ ବିଭାଗ । ମେ’ ୧୩ରେ ଆଣ୍ଡାମାନ ଛୁଇଁବା ପରେ ମୌସୁମୀ ୨୭ ମେ’କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଉ ଆଜି ଆଣ୍ଡାମାନ ଛୁଇଁବା ପରେ ଆସନ୍ତା ୨୭ରେ କେରଳ ଛୁଇଁବା ନେଇ ଆକଳନ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/13/O2kdYbhKb0Scq0aezoqT.jpg)