ନୂଆଦିଲ୍ଲୀ: କେରଳ ଛୁଇଁଲା ମୌସୁମୀ । ପାଣିପାଗକୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆକଳନର ୮ ଦିନ ପୂର୍ବରୁ କେରଳ ଛୁଇଁଛି । ଜୁନ୍ ୧ରେ ମୌସୁମୀ କେରଳ ଛୁଇଁବା ନେଇ ହୋଇଥିଲା ଆକଳନ । ସପ୍ତାହେ ଆଗରୁ ଆସିବା ସହ ୧୬ ବର୍ଷ ପରେ ସଅଳ ଛୁଇଁଛି ମୌସୁମୀ ।
#WATCH | Thiruvananthapuram, Kerala | Clearance work underway after several trees were uprooted in parts of Thiruvananthapuram due to heavy rainfall yesterday.
— ANI (@ANI) May 24, 2025
IMD has issued a Red Alert in Kasaragod and Kannur districts, an Orange alert in Kozhikode, Wayanad, Malappuram,… pic.twitter.com/U3du9dq6qS
ପୂର୍ବରୁ ଆଗାମୀ ୨୪ ଘଣ୍ଟାରେ ଭିତରେ କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା । ତେବେ ମୌସୁମୀ ଛୁଇଁବା ପୂର୍ବରୁ କେରଳରେ ପାଗ ବଦଳିଛି । ଦୁଇ ଦିନ ହେବ କେରଳର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନରେ ବର୍ଷା ପବନରେ ଗଛ ଭାଙ୍ଗି ପଡିଛି ଏବଂ ଆଇଏମଡି ପକ୍ଷରୁ କସାରାଗୋଡ ଏବଂ କନ୍ନୁର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି । କୋଜିକୋଡେ, ୱାୟନାଡ, ମାଲାପୁରାମ, ଥ୍ରୀସୁର, ପାଲକକଡ, ଏର୍ନାକୁଲମ, ଇଡୁକି, କୋଟାୟାମ ଏବଂ ଆଲାପୁଜା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।
Southwest Monsoon has set in over Kerala today, the 24th May, 2025, against the normal date of 1st June. Thus, southwest monsoon has set in over Kerala 8 days before the normal date: IMD pic.twitter.com/sstbHe0TnM
— ANI (@ANI) May 24, 2025
ତେବେ ଶେଷ ଥର ପାଇଁ ୨୦୦୧ ଏବଂ ୨୦୦୯ ମସିହାରେ ମୌସୁମୀ କେରଳକୁ ସଅଳ ଛୁଇଁଥିଲା । ଯାହାର ତାରିଖ ମେ ୨୩ ଥିଲା । ସାଧାରଣତଃ ଜୁନ ୧ରେ କେରଳରେ ମୌସୁମୀ ବାୟୁ ପ୍ରବେଶ କରେ । ମାତ୍ର ୧୯୧୮ ମସିହାରେ ମୌସୁମୀ ବାୟୁ ମେ ୧୧ ତାରିଖରେ ପ୍ରଥମ ଥର ପାଇଁ କେରଳ ଛୁଇଁଥିଲା ।