ଦେଶରେ ଅଧାରୁ ଅଧିକ ଅଞ୍ଚଳରେ ପହଞ୍ଚିଲା ମୌସୁମୀ, କିନ୍ତୁ ନିରାଶ କରୁଛି ବର୍ଷାର ପରିମାଣ

ନୂଆଦିଲ୍ଲୀ : ବିଳମ୍ବରେ ହେଲେ ମଧ୍ୟ ଦକ୍ଷିଣ-ପଶ୍ଚିମ ମୌସୁମୀ ଦେଶର ଅଧାରୁ ଅଧିକ ଅଂଚଳକୁ ଛୁଇଁସାରିଛି । ଏହା ସତ୍ତ୍ୱେ ଦେଶରେ ଆଶାନୁରୂପ ବର୍ଷା ହୋଇନାହିଁ । ଜୁନ ୧ରୁ ୧୯ ମଧ୍ୟରେ ପ୍ରାୟ ୪୪ ପ୍ରତିଶତ କମ ବର୍ଷା ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।
ଜୁନ ୧ରୁ ୧୯ ମଧ୍ୟରେ ୪୪ ପ୍ରତିଶତ କମ ବର୍ଷା ହୋଇଥିଲେ ମଧ୍ୟ ଦୀର୍ଘ ମିଆଦୀ ହାରାହାରି ନିଅଣ୍ଟ ପରିମାଣ ୩୭ ପ୍ରତିଶତକୁ ହ୍ରାସ ପାଇଛି ।

Bangladesh Sangbad Sangstha

ତେବେ ଆଗାମୀ କିଛି ଦିନରେ ମୌସୁମୀ ଦେଶର ଅନ୍ୟ ଅଞ୍ଚଳ ଯେପରିକି ଗୁଜୁରାଟ, ମଧ୍ୟପ୍ରଦେଶରେ ଅବଶିଷ୍ଟ ଅଞ୍ଚଳ, ଉତ୍ତରପ୍ରଦେଶରେ ପହଞ୍ଚିବା ପାଇଁ ପରିବେଶ ଅନୁକୂଳ ରହିଛି । ଓଡ଼ିଶାରେ ମଧ୍ୟ ମୌସୁମୀ ଛୁଇଁସାରିଥିବା ସତ୍ତ୍ୱେ ବର୍ଷାର ପରିମାଣ ଆଶାନୁରୂପ ରହିନାହିଁ । ତେବେ ଆସନ୍ତା ୨୯-୩୦ ବେଳକୁ ରାଜ୍ୟରେ ପୁଣି ମୌସୁମୀ ସକ୍ରିୟ ହେବାର ଆଶା କରାଯାଉଛି । ଉତ୍ତରବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ ଯୋଗୁଁ ବର୍ଷା ପରିମାଣ ବଢିବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର