କାଙ୍ଗ୍ରା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ହିମାଚଳପ୍ରଦେଶରେ ବନ୍ୟା ଓ ଭୂସ୍ଖଳନ ପରିସ୍ଥିତିର ସମୀକ୍ଷା କରିବା ସହ ବିପର୍ଯ୍ୟୟ ପ୍ରଭାବିତ ମଣ୍ଡି ଓ କୁଲୁ ଜିଲ୍ଲାକୁ ଆକାଶମାର୍ଗରୁ ସର୍ଭେ କରିବା ପରେ କାଙ୍ଗ୍ରାରେ ପହଞ୍ଚିଛନ୍ତି।
ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଳା, ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଓ ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ବିରୋଧୀ ଦଳ ନେତା ଜୟରାମ ଠାକୁର, ରାଜ୍ୟ ବିଜେପି ଅଧ୍ୟକ୍ଷ ରାଜୀବ ବିନ୍ଦଲ ଓ ଅନ୍ୟ ବିଜେପି ବିଧାୟକମାନେ ମଧ୍ୟ ଗଗଲ ବିମାନ ବନ୍ଦରରେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ହିମାଚଳ ପାଇଁ ୧,୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘର ପୁନଃନିର୍ମାଣ, ଜାତୀୟ ରାଜପଥର ପୁନରୁଦ୍ଧାର, ବିଦ୍ୟାଳୟର ପୁନଃନିର୍ମାଣ, ପଶୁମାନଙ୍କ ପାଇଁ ମିନି କିଟ୍ ସହିତ ପିଏମ୍ଏନ୍ଆର୍ଏଫ୍ ଅଧୀନରେ ରିଲିଫ ବ୍ୟବସ୍ଥା ଆଦି କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/10/untitled-10-2025-09-10-06-48-18.jpg)