ସିମଲା: ଧିରେଧିରେ ଫେରିଯାଉଛି ମୌସୁମୀ… ହେଲେ ଧରାପୃଷ୍ଠରେ ରଚୁଛି ଆତଙ୍କ । ମୌସୁମୀର ଅପସାରଣ ପ୍ରକ୍ରିୟା ଜାରି ରହିଥିବା ବେଳେ ପଶ୍ଚିମ ରାଜସ୍ତାନର ଆହୁରି ଅନେକ ଅଞ୍ଚଳରୁ ଅପସାରଣ ସହ ଗୁଜରାଟର କିଛି ଅଞ୍ଚଳ, ପଞ୍ଜାବ ଏବଂ ହରିୟାଣାର କିଛି ଅଞ୍ଚଳରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇଛି l ଗୋଟେ ପଟେ ମୌସୁମୀର ଲେଉଟାଣି ପ୍ରକ୍ରିୟା ଚାଲିଥିବା ବେଳେ ଅନ୍ୟ ପଟେ ଏହା ପ୍ରଭାବରେ ବର୍ଷା ବିତ୍ପାତ ଦେଖିବାକୁ ମିଳୁଛି । ଅକ୍ଟୋବର ୧୫ ଯାଏଁ ଯଦିଓ ଏହି ଲେଉଟାଣି ପ୍ରକ୍ରିୟା ଚାଲିବ ବୋଲି କୁହାଯାଉଛି କିନ୍ତୁ ଏହାର ପ୍ରଭାବରେ ବିଭିନ୍ନ ରାଜ୍ୟରେ ପୁଣି ଥରେ ପ୍ରକୃତି ତାର ନାଲିଆଖି ଦେଖାଇବା ଆରମ୍ଭ କରିଛି ।

Advertisment

ଆଜି ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ପ୍ରକୃତି ତାର ରୌଦ୍ର ରୂପ ଦେଖାଇଥିବା ବେଳେ ଦୁଇ ରାଜ୍ୟର ରାଜଧାନୀ ପୂରା ବର୍ଷା ଜନିତ ବନ୍ୟାରେ ବେହାଲ ହୋଇଛି । ସହରୀ ଜୀବନ ପୂରା ଅସ୍ତବ୍ୟସ୍ତ ହୋଇଛି । ଡେରାଡୁନରେ ସହରରେ ପାଣି ପଶିଥିବା ବେଳେ ରାସ୍ତାଘାଟ ସବୁ ଭାଙ୍ଗି ଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । 

ଆଉ ହିମାଚଳ ପ୍ରଦେଶର ରାଜଧାନୀ ସିମଲାରେ ବାଦଲଫଟା ବର୍ଷା ଭୂସ୍ଖଳନ ଆଣିଛି । ପାହାଡ ଧସିବା ସହ ବିରାଟ ବଡ ବଡ ଗଛ ଉପୁଡି ପଡିବା କାରଣରୁ ଘର ଦ୍ବାରା ଭାଙ୍ଗିଯାଇଛି । ପାର୍କିଂ ହୋଇଥିବା କାର ସବୁ ଚୁନା ହୋଇଯାଇଛି । ଯଦିଓ ରାତିରେ ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା କାରଣରୁ ଏସବୁ ପ୍ରଳୟ ହୋଇଛି ତେଣୁ ମୃତାହତ ସଂଖ୍ୟା କମ ଅଛି । ଯଦି ଯାତାୟତ ହୋଇଥାନ୍ତା ତେବେ ମୃତାହତର ଆଶଙ୍କା ଅଧିକ ଥାନ୍ତା । ଗତ ୨୫ରୁ ୩୦ ବର୍ଷକୁ ଯଦି ଅନୁଧ୍ୟାନ କରିବେ ତେବେ ସିମଲାର ଅଧିକାଂଶ କ୍ଷୟକ୍ଷତି ସେପ୍ଟେମ୍ବରରେ ହିଁ ହେଉଛି । ମୌସୁମୀ ପ୍ରବାହ ସମୟରେ ପ୍ରକୃତିର ଏସବୁ ପ୍ରଭାବ ପଡୁଛି । ଏହି ବର୍ଷ ମୌସୁମୀ ଅସାଧାରଣ ଭାବରେ ଦୀର୍ଘ ହେବା ସହ ପୁଣି ଥରେ ସେପ୍ଟେମ୍ବରରେ ବିନାଶ ଆଣିଛି । 

New Project (4)

ତେବେ ମୌସୁମୀ ହିମାଚଳ ପ୍ରଦେଶରୁ ଯଦିଓ ସମ୍ପୂର୍ଣ୍ଣ ଭାବେ ଚଳିତ ମାସ ୨୫ ସୁଦ୍ଧା ଫେରିଯିବାର ଅନୁମାନ କରାଯାଇଛି ମାତ୍ର ଏହାର ପ୍ରଭାବରେ ଗତକାଲି ଠାରୁ ହିମାଚଳରେ ପାଣିପାଗ ଖରାପ ହୋଇଛି । ସେପଟେ ରାଜ୍ୟରେ ଜୁନ ୨୦ରେ ମୌସୁମୀ ଛୁଇଁଥିବା ବେଳେ ସେବେଠାରୁ ଆଜି ଯାଏଁ ମୌସୁମୀ ଜନିତ ବର୍ଷା ଏବଂ ତତ୍ ଜନିତ ବନ୍ୟା ଓ ଭୂସ୍ଖଳନ ପ୍ରଭାବରେ ମୋଟ ହିମାଚଳ ପ୍ରେଦେଶରେ ୪୦୯ ଜଣଙ୍କ ଜୀବନ ଯାଇଛି । ଇତି ମଧ୍ଯରେ ୪୧ ଜଣ ନିଖୋଜ ଅଛି । ମୋସୁମୀ ପ୍ରଭାବ ବେଳେ ସଡକ ଦୁର୍ଘଟଣାରେ ୧୮୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଯାଏଁ ରାଜ୍ୟରେ ୪ ହଜାର ୫୦୪ କୋଟି ଟଙ୍କାର କ୍ଷୟକ୍ଷତି ଏହି ମୌସୁମୀ ପ୍ରଭାବରେ ହିଁ ହୋଇଛି । 

G08Ed6tXQAAqZRS

ହିମାଚଳରେ ପୁଣି ଥରେ ପ୍ରକୃତିର କୋପ ଦେଖିବାକୁ ମିଳିଛି । ସୋମବାର ରାତିରୁ ପ୍ରବଳ ବର୍ଷା ପରେ ବେହାଲ ହୋଇଛି ହିମାଚଳ । ବାଦଲ ଫଟା ବର୍ଷା ପରେ ମଣ୍ଡି ଏବଂ ନିହରିରେ ସ୍ଥିତି ସଙ୍ଗୀନ ହୋଇଛି । ଭୂସ୍ଖଳନ ସହ ପାହାଡ ଧସିବା କାରଣରୁ ଅନେକ ଘର ଦବି ଯାଇଛି । ତେବେ ଭୂସ୍କଳନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ପ୍ରବଳ ବର୍ଷାରେ ପ୍ରଭାବିତ ହୋଇଛି ରାଜଧାନୀ ସିମଲା, ମଣ୍ଡି ଏବଂ ଅନ୍ୟ କିଛି ସ୍ଥାନ । ଗତରାତିରେ ୧୪୧ ମିଲିମିଟର ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ଭୂସ୍ଖଳ ପରି ପରିସ୍ଥିତି ସୃଷ୍ଟି ହୋଇଛି । ନଦୀ ଫୁଲିଛି, ରାସ୍ତା ଭାଙ୍ଗିଛି, ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାରେ ଟ୍ରାନ୍ସଫରମର ଭାଙ୍ଗି ପଡିଛି. ବିଜୁଳି ସଂଯୋଗ ବ୍ୟାଘାତ ହୋଇଛି ।

New Project (3)

ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମଣ୍ଡିର ଧରମପୁର । ସେଠାରେ ବାଦଲଫଟା ବର୍ଷା କାରଣରୁ ବସଷ୍ଟାଣ୍ଡ ବୁଡି ଯାଇଛି । ପୂରା ପାଣି ପାଟିରେ ରହିଛି ବସଷ୍ଟାଣ୍ଡ । ଶତାଧିକ ବସ ପାଣିରେ ବୁଡିକି ରହିଛି । ଅନେକ ବାଇକ୍ ପାଣିର ପ୍ରଖର ସୁଅରେ ଭାସି ଯାଇଛି । ରାତିରେ ପାଣି ଏତେ ଜୋର ବଢିଲା କି ଲୋକେ ଜୀବନ ବଞ୍ଚାଇବା ପାଇଁ ଘରର ଛାତକୁ ଚଢିଯାଇଥିଲେ । ଘରେ ପାଣି ପଶିବା ସହ ଦୋକାନ ବଜାରରେ ବି ପଶି ଯାଇଛି । ବର୍ଷା କାରଣରୁ ୩ଟି ହାଇଓ୍ୱେ ବନ୍ଦଲ ହେବା ସହ ୬୫୩ଟି ସଡକ ବନ୍ଦ ହୋଇଛି । ଯୋଗାଯୋଗ ପୂରା ଠପ ହୋଇଛି । ୧୨୦୫ ଟ୍ରାନ୍ସଫରମର ଖରାପ ହୋଇଯାଇଛି । ପାଣି ବଢୁଥିବାରୁ ନଦୀ କୂଳିଆ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି ।