ଜୁନ ୩ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ: ଆଇଏମଡି

ନୂଆଦିଲ୍ଲୀ: ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଠିକ ସମୟରେ କେରଳ ଛୁଇଁବ ଓ ସ୍ବାଭାବିକ ବର୍ଷା ହେବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଥିଲା। ହେଲେ ଏବେ ବିଳମ୍ବରେ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ଜଣାପଡିଛି | ଏନେଇ ଭାରତୀୟ ପାଣିପାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି | ଚଳିତ ବର୍ଷ ଜୁନ ୩ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ |

“ସଦ୍ୟତମ ପାଣିପାଗ ବିଜ୍ଞାନ ସୂଚନାନୁସାରେ, ଦକ୍ଷିଣ-ପଶ୍ଚିମ ପବନ ଜୁନ୍ ୧ରୁ ଧୀରେ ଧୀରେ ଅଧିକ ଶକ୍ତିଶାଳୀ ହୋଇପାରେ ଏବଂ ଫଳସ୍ୱରୂପ କେରଳ ଉପରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ। ତେଣୁ ବିଳମ୍ବ ହେତୁ ଜୁନ ୩ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଟୁଇଟ କରିଛି |

ତେବେ ଆଇଏମଡି ମୁଖ୍ୟଙ୍କ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ପବନ ଶକ୍ତିଶାଳୀ ହୋଇ ନ ଥିବାରୁ ମୌସୁମୀ ଆସିବା ବିଳମ୍ବ ହୋଇଛି।

ସମ୍ବନ୍ଧିତ ଖବର