ବୁଡିଯିବ ମୁମ୍ବାଇ ! ଜାଣନ୍ତୁ କାହିଁକି

ଆଗାମୀ ୪୮ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ

ନୂଆଦିଲ୍ଲୀ: ଜୁନ୍‌ ପହିଲାରୁ କେରଳ ଛୁଇଁଥିବା ମୌସୁମୀ ପାଖାପାଖି ଦକ୍ଷିଣ ଭାରତର ପ୍ରତ୍ୟେକ ଅଞ୍ଚଳରେ ସକ୍ରିୟ ହୋଇଯାଇଛି। ଏବେ ଏହି ମୌସୁମୀ ଏବେ ମଧ୍ୟପ୍ରଦେଶ ମୁହାଁ ହୋଇଛି। ଆଗାମୀ ୪୮ଘଣ୍ଟା ମଧ୍ୟରେ ମୌସୁମୀ ମୁମ୍ବାଇରେ ପହଞ୍ଚିବ। ଏହାପୂର୍ବରୁ ପାଣିପାଗ ଏଜେନ୍ସି ସ୍କାଇମେଟ୍‌ ଚେତାବନୀ ଜାରି କରି ମୁମ୍ବାଇରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି । ସାଧାରଣ ଭାବେ ମୁମ୍ବାଇରେ ଜୁନ୍‌ ୮/୧୦ ଭିତରେ ମୌସୁମୀ ପହଞ୍ଚିଥାଏ। କିନ୍ତୁ ଚଳିତ ବର୍ଷ ସମୟ ପୂର୍ବରୁ ହିଁ ମୌସୁମୀ ପହଞ୍ଚିବା ହେତୁ ବୁଧବାର ରାତିରୁ ମୁମ୍ବାଇରେ ବର୍ଷା ଆରମ୍ଭ ହୋଇଯିବ ବୋଲି ପୂର୍ବାନୂମାନ କରିଛି ପାଣିପାଗ ବିଭାଗ।

ତେବେ ପ୍ରବଳ ବର୍ଷା ହେତୁ ମୁମ୍ବାଇରେ ଯାତାୟାତ ଅସୁବିଧା ହେବା ସହିତ ଜନଜୀବନ ଅସ୍ତବ୍ୟସ୍ତ ହୋଇପାରନ୍ତି। ଆଗାମୀ ବୁଧବାରଠାରୁ ସୋମବାର ରାତି ପର୍ଯ୍ୟନ୍ତ ଏହି ବର୍ଷା ହେବାର ସମ୍ଭାବନା ରହିଛି। ଗତବର୍ଷ ପ୍ରବଳ ବର୍ଷା ହେତୁ ମୁମ୍ବାଇ ବୁଡି ଯାଇଥିଲା ବୋଲି ଖବର ମିଳିଥିଲା।

ସମ୍ବନ୍ଧିତ ଖବର