ଯେକୌଣସି ସମୟରେ କେରଳ ଛୁଇଁପାରେ ମୌସୁମୀ : ସ୍କାଇମେଟ୍‌

ଭୁବନେଶ୍ୱର : କେରଳରେ ଗତ ୨-୩ ଦିନ ଧରି ବର୍ଷା ପରିମାଣ ବଢିଛି । ବିଶେଷକରି ରାଜ୍ୟର ଦକ୍ଷିଣରେ ଥିବା ଜିଲ୍ଲା କୋଚି, ଆଲାପୁଜା ଓ ତିରୁଅନନ୍ତପୁରମରେ ପ୍ରବଳ ବର୍ଷା ହେଉଛି । ଏହା ମୌସୁମୀ ଆସିବାର ପ୍ରାକ ଲକ୍ଷଣ । ଏଣୁ ଆଜି ଯେକୌଣସି ସମୟରେ କେରଳକୁ ମୌସୁମୀ ଛୁଇଁପାରେ ବୋଲି କହିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ ।

ଆହୁରି ମଧ୍ୟ ଲକ୍ଷଦ୍ୱୀପ ଅଂଚଳରେ ଏକ ସାଇକ୍ଲୋନିକ ସାର୍କୁଲେସନ ବା ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହାକି ଆହୁରି ଘନୀଭୂତ ହୋଇ ଏକ ଲଘୁଚାପରେ ପରିଣତ ହୋଇପାରେ । ଏଣୁ କେରଳ, କର୍ଣ୍ଣାଟକରେ ଆଗାମୀ ଦିନମାନଙ୍କର ବର୍ଷା ପରିମାଣ ଉଲ୍ଲେଖନୀୟ ଭାବେ ବଢିପାରେ । ଏତେ ବର୍ଷା ହେବ ଯେ କେରଳ ଓ କର୍ଣ୍ଣାଟକରେ ଥିବା ନିଅଣ୍ଟିଆ ବର୍ଷା ପରିମାଣ ଆଗାମୀ ୫-୬ ଦିନରେ ବଳକା ବର୍ଷାରେ ପରିଣତ ହେବ ବୋଲି ସ୍କାଇମେଟ କହିଛି । କେରଳରେ ଆଜି ମୌସୁମୀ ଛୁଇଁଲେ ଆସନ୍ତା ୧୦ ଦିନ ମଧ୍ୟରେ ଓଡ଼ିଶାରେ ପହଞ୍ଚିବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର