ପାର୍ଲାମେଣ୍ଟ୍‌ର ମୌସୁମୀ ଅଧିବେଶନ ଆରମ୍ଭ: ଶପଥ ଗ୍ରହଣ କଲେ ନୂଆ ସାଂସଦ

ନୂଆଦିଲ୍ଲୀ: ଆଜି ପାର୍ଲାମେଣ୍ଟ୍‌ର ମୌସୁମୀ ଅଧିବେଶନ ଆରମ୍ଭ ହେବା ପରେ ଉପନିର୍ବାଚନରେ ଲୋକସଭାକୁ ନିର୍ବାଚିତ ଏବଂ ରାଜ୍ୟସଭାକୁ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇଥିବା ନୂଆ ସଦସ୍ୟମାନେ ପାର୍ଲାମେଣ୍ଟ୍‌ର ଉଭୟ ଗୃହରେ ଶପଥ ଗ୍ରହଣ କରିଛନ୍ତି।

କ୍ରମାନ୍ଵୟରେ ଶପଥ ଗ୍ରହଣ କରିଥିବା ସାଂସଦମାନେ ହେଲେ ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀ ସୋନାଲ ମାନସିଂହ, ଲେଖକ ରାକେଶ ସିହ୍ନା ଏବଂ ଭାସ୍କର ରଘୁନାଥ ମହାପାତ୍ର।

ମୌସୁମୀ ଅଧିବେଶନ ଆରମ୍ଭର କେଇ ମିନିଟ୍‌ ପୂର୍ବରୁ ପାର୍ଲାମେଣ୍ଟ୍‌ ବାହାରେ ପ୍ରଧାନମନ୍ତ୍ରୀ ମୋଦି କହିଲେ କି, ଯେ କୌଣସି ରାଜନୈତିକ ଦଳ ଯେଉଁ ପ୍ରସଙ୍ଗ ଉତ୍ଥାପନ କରିବେ ତାହା ଆଲୋଚନା କରିବାକୁ ସରକାର ପ୍ରସ୍ତୁତ। ଜାତୀୟ ସ୍ୱାର୍ଥ ନିମନ୍ତେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାର୍ଲାମେଣ୍ଟ୍‌ର ମୌସୁମୀ ଅଧିବେଶନରେ ଗ୍ରହଣ କରାଯିବ। ସମସ୍ତ ଅଭିଜ୍ଞ ସାଂସଦଙ୍କ ଠାରୁ ଆମେ ସୁ ପରାମର୍ଶ ଓ ଆଲୋଚନା ଆଶା କରୁଛୁ।

ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ରପତିଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ସ୍ମରଣ କରିଛନ୍ତି। ବର୍ଣ୍ଣବୈଷମ୍ୟବାଦ ବିରୋଧରେ ମଣ୍ଡେଲାଙ୍କ ସଂଗ୍ରାମ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅନୁପ୍ରେରିତ ହୋଇଥିଲା।

ସମ୍ବନ୍ଧିତ ଖବର