ନୂଆଦିଲ୍ଲୀ: ଜୁଲାଇ ୨୧ ତାରିଖରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏନେଇ ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି । ସୂଚନା ମୁତାବକ ଏହି ଅଧିବେଶନ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କ୍ରମରେ ଉଭୟ ରାଜ୍ୟସଭା ଓ ଲୋକସଭାରେ ଅଧିବେଶନ ଚାଲିବ । ଏଥିରେ ବିଧେୟକ ଓ ଅଣବିଧେୟକ କାର୍ଯ୍ୟ ଉପରେ ଆଲୋଚନା ହେବ । କିରଣ ରିଜିଜୁ କହିଛନ୍ତି କି, ଚଳିତ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବା ସହ ଏହା ଉପରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ଚାଲିଛି । ସଂସଦକୁ ଶୃଙ୍ଖଳିତ ଭାବେ ଚଳାଇବାକୁ ସଂସଦୀୟ ମନ୍ତ୍ରୀ ବିରୋଧୀଦଳମାନଙ୍କ ସହଯୋଗ ଲୋଡିଛନ୍ତି । ସେ କହିଛନ୍ତି କି, ସରକାର ଚାହୁଛନ୍ତି ଏହି ଅଧିବେଶନ ସୂଚାରୁରୂପେ ଚାଲୁ ଓ ଦେଶହିତରେ ସକରାତ୍ମକ ଆଲୋଚନା ହେଉ । ବିରୋଧୀଙ୍କ ଭାଗିଦାରୀ ଲୋକତନ୍ତ୍ରର ଆତ୍ମା ବୋଲି ସେ କହିଛନ୍ତି । 

Advertisment

ସୂଚନା ଥାଉ କି, ଗତକାଲି ଇଣ୍ଡିଆ ମେଣ୍ଟର ୧୬ ରାଜନୈତିକ ଦଳ ମିଳିତ ଭାବେ ବୈଠକ କରିଥିଲେ । ଏଥିରେ ପହଲଗାମ ଆତଙ୍କୀ ଆକ୍ରମଣ ଓ ଅପରେସନ୍ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ପତ୍ର ମଧ୍ୟ ଲେଖାଯାଇଛି । ଏଥିରେ ଅପରେସନ୍ ସିନ୍ଦୂର ବାବଦରେ ଆଲୋଚନା କରିବା ପାଇଁ ବିରୋଧୀ ଦଳ ପ୍ରଧାନମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଛନ୍ତି ।