ନୂଆଦିଲ୍ଲୀ: ମୌସୁମୀକୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । କେରଳ ଛୁଇଁବ ମୌସୁମୀ । ଆଗାମୀ ୨୪ ଘଣ୍ଟାରେ ଭିତରେ କେରଳ ଛୁଇଁବ ମୌସୁମୀ ବାୟୁ । ଆକଳନର ସପ୍ତାହେ ଆଗରୁ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ସବୁଠାରୁ ବଡ଼ କଥା ହେଉଛି ୧୬ ବର୍ଷ ପରେ ଏହା ପ୍ରଥମ ଥର ପାଇଁ ସଅଳ ଛୁଇଁବ ।
ତେବେ ମୌସୁମୀ ଛୁଇଁବା ନେଇ କେରଳରେ ପାଗ ପୂରା ଅନୁକୂଳ । ଦୁଇ ଦିନ ହେବୱ କେରଳ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଶେଷ ଥର ପାଇଁ ୨୦୦୧ ଏବଂ ୨୦୦୯ ମସିହାରେ ମୌସୁମୀ କେରଳକୁ ସଅଳ ଛୁଇଁଥିଲା । ଯାହାର ତାରିଖ ମେ ୨୩ ଥିଲା ।
ସାଧାରଣତଃ ଜୁନ ୧ରେ କେରଳରେ ମୌସୁମୀ ବାୟୁ ପ୍ରବେଶ କରେ । ମାତ୍ର ୧୯୧୮ ମସିହାରେ ମୌସୁମୀ ବାୟୁ ମେ ୧୧ ତାରିଖରେ ପ୍ରଥମ ଥର ପାଇଁ କେରଳ ଛୁଇଁଥିଲା । ତେବେ ଗତ ୨୫ ବର୍ଷ ମଧ୍ୟରେ ୨୦୧୬ ମସିହାରେ ମୌସୁମୀ ସବୁଠାରୁ ବିଳମ୍ବରହେ ପହଞ୍ଚିଥିଲା । ମୌସୁମୀ ୯ ଜୁନ ତାରିଖରେ କେରଳରେ ପ୍ରବେଶ କରିଥିଲା।