ମୌସୁମୀ : ପ୍ରଥମ ୨ ମାସ ଭଲ ବର୍ଷା ହେବ, ୨ୟ ଭାଗରେ କମିବ : ସ୍କାଏମେଟ୍

୨୭ ତାରିଖ ବେଳକୁ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ : ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଠିକ ସମୟରେ ଆସିବ । ପ୍ରଥମ ଭାଗରେ ଭଲ ବର୍ଷା ହେବ । କିନ୍ତୁ ୨ୟ ଭାଗରେ ବର୍ଷାରେ ଅସ୍ଥିରତା ଦେଖାଯିବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି ।

ସ୍କାଏମେଟର ରିପୋର୍ଟ ଅନୁସାରେ ଏଥର ମୌସୁମୀ ଉପରେ ଉଭୟ ଲା-ନିନା ଓ ଇଣ୍ଡିଆନ ଓସେନ ଡାଇପୋଲର ପ୍ରଭାବ ରହିବ । ଏହା ଯୋଗୁଁ ମୌସୁମୀ ଋତୁର ପ୍ରଥମ ଦୁଇ ମାସ-ଅର୍ଥାତ ଜୁନ ଓ ଜୁଲାଇରେ ଭଲ ବର୍ଷା ହେବ । ଏପରିକି ଏହି ଦୁଇ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ । କିନ୍ତୁ ୨ୟ ଭାଗରେ ବୃଷ୍ଟିପାତରେ ଅସ୍ଥିରତା ଦେଖାଦେଇପାରେ ଓ ତାହା ସ୍ବାଭାବିକଠାରୁ କମ ବର୍ଷା ହୋଇପାରେ । ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରରେ ବାୟୁମଣ୍ଡଳୀୟ ପରିସ୍ଥିତିରେ ପରିବର୍ତ୍ତନ ଯୋଗୁଁ ଏହା ହେବ । ସୂଚନାଯୋଗ୍ୟ ଯେ, ଭାରତରେ ଜୁନଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମୌସୁମୀର ପ୍ରଭାବ ରହିଥାଏ । ଏହି ୪ ମାସ ହିଁ ଦେଶରେ ଭଲ ବର୍ଷା ହୋଇଥାଏ ।

ଗତକାଲି ଭାରତୀୟ ପାଣିପାଗ ବିଭାଗ କହିଥିଲା ଯେ, ଆସନ୍ତା ରବିବାର ଅର୍ଥାତ୍ ମେ ୧୫ ତାରିଖରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ପହଞ୍ଚିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ଏହି ଦ୍ବୀପପୁଞ୍ଜରେ ପ୍ରବଳ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ମୌସୁମୀ ଛୁଇଁବାର ପରବର୍ତ୍ତୀ ୫ ଦିନ ଆଣ୍ଡାମାନ ଓ ନିକୋବରରେ ପ୍ରବଳ ବର୍ଷା ଲାଗି ରହିବ । ଆସନ୍ତା ୨୭ ତାରିଖ ବେଳକୁ ମୌସୁମୀ କେରଳ ଛୁଇଁବ ।

 

 

ସମ୍ବନ୍ଧିତ ଖବର