ଏପର୍ଯ୍ୟନ୍ତ ଫେରିନି ମୌସୁମୀ, ଆସନ୍ତା ୧୦ରୁ ଫେରିବ : ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବର ୧୦ରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ । ମୌସୁମୀର ଏହା ସବୁଠାରୁ ବିଳମ୍ବିତ ପ୍ରତ୍ୟାବର୍ତ୍ତନ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଚଳିତ ବର୍ଷ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । ଏବର୍ଷ ପ୍ରାୟ ୧୧୦ ପ୍ରତିଶତ ଅଧିକ ବର୍ଷା ହୋଇଛି । ସାଧାରଣତଃ ସେପ୍ଟେମ୍ବର ୧ରୁ ରାଜସ୍ଥାନରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ଆରମ୍ଭ ହୁଏ ।

ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ ପ୍ରଥମ ସପ୍ତାହରେ କେରଳ ଛୁଇଁଥାଏ ଓ ସାଧାରଣତଃ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ରାଜସ୍ଥାନରୁ ଲେଉଟିବା ଆରମ୍ଭ କରେ । ସେପ୍ଟେମ୍ବରେ ସାଧାରଣ ବର୍ଷା ହୋଇ ଅକ୍ଟୋବର ଆରମ୍ଭ ବେଳକୁ ବର୍ଷା ନଥାଏ । କିନ୍ତୁ ଏଥର ବିଳମ୍ବରେ ମୌସୁମୀ ଆସିଥିଲା ଓ ଜୁନ-ଜୁଲାଇ ମାସରେ ସ୍ୱାଭାବିକଠାରୁ କମ ବର୍ଷା ହୋଇଥିଲା । କିନ୍ତୁ ଅଗଷ୍ଟ ବେଳକୁ ସ୍ଥିତିରେ ଉନ୍ନତି ଆସିଥିଲା । ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ପ୍ରବଳ ବର୍ଷାା ହୋଇଥିଲା ଓ କେତେକ ରାଜ୍ୟରେ ଅତିବୃଷ୍ଟି ହୋଇଥିଲା ।

ସମ୍ବନ୍ଧିତ ଖବର