ମେ ୨୯ରେ କେରଳ ଛୁଇଁବ ମୌସୁମୀ : ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର : ଚାଷୀ ଭାଇଙ୍କ ପାଇଁ ଖୁସିଖବର । ଏବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ୱାଭାବିକ ସମୟରେ ଆସିବ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ମେ ୨୯ ତାରିଖରେ ଏହା କେରଳ ଛୁଇଁବ । ତେବେ ଏଥିରେ ୩-୪ ଦିନ ଏପାଖ ସେପାଖ ହୋଇପାରେ । କେରଳରେ ମୌସୁମୀ ଛୁଇଁବାର ପ୍ରାୟ ୧୦ ଦିନ ପରେ ଓଡ଼ିଶାରେ ପହଞ୍ଚିଥାଏ । ଏଣୁ ଆସନ୍ତା ୮ ରୁ ୧୦ ତାରିଖ ମଧ୍ୟରେ ଓଡ଼ିଶାରେ ମୌସୁମୀ ଆସିବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ଆସନ୍ତା ୨୩ ତାରିଖରେ ମୌସୁମୀ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିବାର ସମ୍ଭାବନା ରହିଛି, ଯାହାକି ସ୍ୱାଭାବିକ ସମୟଠାରୁ ୩ ଦିନ ବିଳମ୍ବରେ ପହଞ୍ଚିବ । ତେବେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେମୌସୁମୀ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ  ପହଞ୍ଚିବା ଓ କେରଳରେ ପହଞ୍ଚିବା ସହିତ କୌଣସି ସମ୍ପର୍କ ନାହିଁ । ଅର୍ଥାତ ସେଠାରେ ବିଳମ୍ବ ହେଲେ କେରଳରେ ମୌସୁମୀ ପହଞ୍ଚିବା ଯେ ବିଳମ୍ବ ହେବ ସେପରି କିଛି ନାହିଁ । ଗତ ବର୍ଷ ଅର୍ଥାତ୍‌ ୨୦୧୭ରେ  ୩୦ ମେରେ ମୌସୁମୀ କେରଳ ଛୁଇଁଥିଲା । କିନ୍ତୁ ୨୦୧୬ରେ ଏହା ୯ ଦିନ ବିଳମ୍ବ ଅର୍ଥାତ ଜୁନ ୮ରେ ପହଞ୍ଚିଥିଲା ।

 

ସମ୍ବନ୍ଧିତ ଖବର