୨-୩ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ୨୦ରୁ ବର୍ଷା ସମ୍ଭାବନା : ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର : ଆରବ ସାଗରରେ ଗତ ସପ୍ତାହରେ ଦେଖାଦେଇଥିବା ସାମୁଦ୍ରିକ ଝଡ଼ ବାୟୁ ଏବେ ଦୁର୍ବଳ ହୋଇଯାଇଛି । କିନ୍ତୁ ତାହାର ପ୍ରଭାବ ଦକ୍ଷିଣପଶ୍ଚିମ ମୌସୁମୀ ଉପରେ ପଡିଛି । ମୌସୁମୀ ବାୟୁ ଏବେ ଧୀମା ହୋଇଯାଇଛି । ଏବେ ‘ବାୟୁ’ର ପ୍ରଭାବ ଶେଷ ହୋଇଯାଇଥିବାରୁ ପୁଣି ମୌସୁମୀ ବାୟୁ ଆଗେଇବା ଆରମ୍ଭ କରିଛି ।

Bangladesh Sangbad Sangstha

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ରିପୋର୍ଟ ଅନୁସାରେ ଆସନ୍ତା ୨-୩ ଦିନ ମଧ୍ୟରେ ମୌସୁମୀ ବାୟୁ କର୍ଣ୍ଣାଟକର ଅବଶିଷ୍ଟ ଭାଗ, ଦକ୍ଷିଣ କୋଙ୍କଣ ଓ ଗୋଆ, ଆନ୍ଧ୍ର୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁର ଅବଶିଷ୍ଟ ଭାଗ, ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଓ ଉତ୍ତର-ପୂର୍ବ ଭାରତର ଅବଶିଷ୍ଟ ଅଂଶରେ ପହଞ୍ଚିବ । ଏହି ସମୟ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ବର୍ଷା ପରିମାଣ ଉଲ୍ଲେଖନୀୟଭାବେ ବୃଦ୍ଧି ପାଇବ ବୋଲି ଆଇଏମଡି କହିଛି । ଆସନ୍ତା କାଲି ଅର୍ଥାତ ୨୦ ତାରିଖରୁ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ସମ୍ବନ୍ଧିତ ଖବର