ହାଇଦ୍ରାବାଦ: ରବିବାର-ସୋମବାର ରାତିରେ ହାଇଦ୍ରାବାଦ ସହର ଉପକଣ୍ଠରେ ଥିବା ଏକ ଘରୋଇ ଶିଶୁ ଡାକ୍ତରଖାନାର ଇଣ୍ଟେନ୍ସିଭ୍ କେୟାର୍ ୟୁନିଟ୍ରେ ଅଗ୍ନିକାଣ୍ଡ ଘଟି ଗୋଟାଏ ମାସକର ଛୁଆର ମୃତ୍ୟୁ ଘଟିଛି ଓ ଅନ୍ୟ ପାଞ୍ଚ ଶିଶୁ ଆହତ ହୋଇଥିବା କଥା ପୁଲିସ କହିଛି।
ରାତି ପ୍ରାୟ ୨: ୩୦ ବେଳେ ଏଲ୍ବି ନଗର ଅଞ୍ଚଳରେ ଥିବା ସାଇନ୍ ଚିଲ୍ଡ୍ରେନ୍ ହସ୍ପିଟାଲ୍ର ଆଇସିୟୁରେ ପ୍ରଚଣ୍ଡ ଶବ୍ଦ ସହ ନିଆଁ ଚରି ଯାଇଥିଲା ବୋଲି ପୁଲିସ କହିଛି।
ଆଇସିୟୁରେ ଆଖିପିଛୁଳାକେ ନିଆଁ ଚରିଯିବାରୁ ଚିକିତ୍ସାଧୀନ ଅସୁସ୍ଥ ଛୁଆମାନଙ୍କୁ ରକ୍ଷା କରିବାକୁ ଡାକ୍ତରଖାନାର କର୍ମଚାରୀମାନେ ତୁରନ୍ତ ଦୁଆର ଓ ଝରକା ସବୁ ଭାଙ୍ଗି ଖୋଲି ପକାଇଥିଲେ।
Image Source: News Meterନିଆଁରେ ପୋଡ଼ିଯାଇଥିବା ଛଅଜଣ ଛୁଆଙ୍କୁ ତୁରନ୍ତ ନିକଟରେ ଥିବା ଅନ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଜଣେ ଛୁଆର ମୃତ୍ୟୁ ଘଟିଲା।
ପୁଲିସ ଠାରୁ ଖବର ପାଇ ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା।
ବିଜୁଳି ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାର ତଦନ୍ତ ଚାଲିଥିବା କଥା ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/shine-hosp.jpg)