ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ଦେଶର ସର୍ବାଧିକ ଲୋକପ୍ରିୟ ନେତା ବୋଲି ‘ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ଦି ନେସନ୍’ ସର୍ଭେରେ ପ୍ରକାଶ ପାଇଛି। ୫୩ ପ୍ରତିଶତ ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି । ଅନ୍ୟପକ୍ଷରେ ଦ୍ବିତୀୟ ସ୍ଥାନରେ ଥିବା ରାହୁଲ ଗାନ୍ଧୀଙ୍କୁ ୧୩ ପ୍ରତିଶତ ଜନତା ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି। ତୃତୀୟ ସ୍ଥାନରେ ଥିବା ସୋନିଆଙ୍କୁ ୭ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଥିବା କହିଛନ୍ତି।
ତେବେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ୩୦୩ ଆସନ ହାସଲ କରିଥିବା ବେଳେ ଏବେ ନିର୍ବାଚନ ହେଲେ ଏହା ୨୭୧ ଆସନକୁ ଖସି ଆସିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି। ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ୧୫ଟି ଆସନ ଅଧିକ ପାଇବ ବୋଲି ସର୍ଭେରୁ ଜଣାପଡ଼ିଛି।
Image Source: India Today୨୦୧୮ ଜୁଲାଇ ମାସରେ ‘ଇଣ୍ଡିଆ ଟୁଡେ’ ପକ୍ଷରୁ କରାଯାଇଥିବା ମୁଡ୍ ଅଫ୍ ଦ ନେସନ୍ (ଏମ୍ଓଟଟିଏନ୍) ସର୍ଭେରେ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୨୬ ପ୍ରତିଶତ ନରେନ୍ଦ୍ର ମୋଦୀଙ୍କୁ ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି କହିଥିବା ବେଳେ ୨୦ ପ୍ରତିଶତ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି ଦର୍ଶାଇଥିଲେ। ସେହିପରି ୧୨ ପ୍ରତିଶତ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି କହିଥିବା ବେଳେ ୧୦ ପ୍ରତିଶତ ଜବାହରଲାଲ୍ ନେହରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି। ଏଯାବତ୍ ଦେଶର ସବୁଠାରୁ ପସନ୍ଦର ପ୍ରଧାନମନ୍ତ୍ରୀ କିଏ ପ୍ରଶ୍ନରେ ଅଂଶଗ୍ରହଣକାରୀଙ୍କ ନିକଟରୁ ଏହି ଉତ୍ତର ଆସିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Mood-of-The-Nation-Survey-on-Modi_Thumbnail.jpg)