ମ‌ାଲେ: ମାଲଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ଘୃଣା ଭାରତ ଆସିବା ପରେ ମଧ୍ୟ ଶେଷ ହୋଇ ନ ଥିଲା। ନୂଆଦିଲ୍ଲୀରେ ପିଏମ ମୋଦୀଙ୍କ ତୃତୀୟ ଐତିହାସିକ ଶପଥ ଗ୍ରହଣ ସମାରୋହରେ ମୁଇଜ୍ଜୁ ଅଂଶଗ୍ରହଣ କରୁଥିବାବେଳେ ମଧ୍ୟ ଘୃଣ୍ୟ ଖେଳ ଖେଳୁଥିଲେ। ମାଳଦ୍ୱୀପରେ ଭାରତ ବିରୋଧରେ ତାଙ୍କର ଘୃଣା ଖେଳ ଖେଳାଯାଉଥିଲା।

Advertisment

ଶେଷ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହର ସିଧା ପ୍ରସାରଣକୁ ମାଳଦ୍ୱୀପର ସରକାରୀ ପ୍ରସାରଣକାରୀ ପବ୍ଲିକ ସର୍ଭିସ ମିଡିଆ (ପିଏସଏମ) ବାତିଲ କରିଦେଇଥିଲା। ମାଳଦ୍ୱୀପ ମିଡିଆ ପୋର୍ଟାଲ ଅଧାଧୁ ଏହି ବିଷୟରେ ସୂଚନା ଦେଇଛି। ରିପୋର୍ଟରେ କୁହାଯାଇଛି ଶପଥ ଗ୍ରହଣ ଉତ୍ସବର ପ୍ରସାରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଥିଲା। ସମଗ୍ର କାର୍ଯ୍ୟସୂଚୀ ପ୍ରସ୍ତୁତ ଥିଲା କିନ୍ତୁ ପରେ ଏହାକୁ ବାତିଲ କରି ଦିଆଯାଇଥିଲା।

ଆଧାଧୁ ରିପୋର୍ଟରେ କହିଛି ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପିଏସଏମ ଗ୍ରହଣ କରିଥିଲା। ଯେଉଁଥିରେ ରବିବାର ଦିନ ସନ୍ଧ୍ୟା ୬ଟାରୁ ୮ ଟା ପର୍ଯ୍ୟନ୍ତ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ସିଧା ପ୍ରସାରଣ ହେବ। ଆଙ୍କର୍ ଏବଂ ବୈଷୟିକ ଦଳ ସହିତ ଧ୍ୱନି ଏବଂ ଲାଇଟ୍ କର୍ମଚାରୀମାନଙ୍କୁ ମଧ୍ୟ କଭରେଜ୍ ପାଇଁ ବ୍ୟବସ୍ଥା କରାଯାଇଥିଲା। ତିନିଜଣ ପିଏସଏମ କର୍ମଚାରୀ ଏହି ସମାରୋହକୁ ସିଧା ପ୍ରସାରଣ କରିବାକୁ ନିଷ୍ପତ୍ତି ନିଶ୍ଚିତ କରିଥିଲେ। ପରେ ପ୍ରସାରଣ ବାତିଲ ବିଷୟରେ କର୍ମଚାରୀଙ୍କୁ ଅବଗତ କରାଯାଇଥିଲା।

ଯେତେବେଳେ ଅଧାଧୁ ପିଏସଏମ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ୟାମିନ ରସିଦଙ୍କୁ ବାତିଲ ହେବାର କାରଣ ପଚାରିଥିଲେ, ସେତେବେଳେ ସେ ମୋଦିଙ୍କ ଶପଥ ଗ୍ରହଣ ପାଇଁ କୌଣସି ଯୋଜନାକୁ ଅସ୍ୱୀକାର କରିଥିଲେ। ୟାମିନ୍ କହିଥିଲେ, ଆମେ ଏହାକୁ ଲାଇଭ୍ କରିବାକୁ କେବେ ସ୍ଥିର କରିନାହୁଁ।

ଏହା ସଂପୂର୍ଣ୍ଣ ଭୁଲ ଖବର। ପ୍ରକାଶ ଥାଉକି, ଅଧାଧୁ ଏହାର ରିପୋର୍ଟରେ ଦାବି କରିଛି ଯେ ପିଏସଏମ କର୍ମଚାରୀମାନେ ଲାଇଭ୍ କଭରେଜ ପାଇଁ ଆବଶ୍ୟକ ଉପକରଣ ସହିତ ଭାରତ ଯାଇଥିଲେ। କେବଳ ଏତିକି ନୁହେଁ, ପିଏସଏମ ମଧ୍ୟ ପୂର୍ବାହ୍ନ ୧୦ ଟା ନ୍ୟୁଜ୍ ବୁଲେଟିନ୍ ସମୟରେ ଭାରତରୁ ଲାଇଭ୍ ରିପୋର୍ଟିଂ କରିଥିଲା ।

ମାଳଦ୍ୱୀପ ଗଣମାଧ୍ୟମ ପୂର୍ବରୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଲାଇଭ୍ ଟେଲି ପ୍ରସାରଣ କରି ନାହିଁ। ଟେଲିଭିଜନରେ ମୋଦୀଙ୍କ ସମାରୋହକୁ ଲାଇଭ୍ କରିବାର ଯୋଜନାକୁ ନେଇ ଅନେକ ଲୋକ ପିଏସଏମ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରସାରଣ ବାତିଲ ହେବାର ଏହା ମୁଖ୍ୟ କାରଣ ବୋଲି ବିବେଚନା କରାଯାଉଛି। ଏହି ଉତ୍ସବରେ ଭାଗ ନେବାକୁ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଶନିବାର ଦିଲ୍ଲୀରେ ପହଞ୍ଚିଥିଲେ। କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଏହା ତାଙ୍କର ପ୍ରଥମ ସରକାରୀ ଗସ୍ତ ଥିଲା।