‘ମୁନ୍‌ ଆଣ୍ଡ୍‌ ମାର୍ସ‌ ମିସନ’ ପାଇଁ ଭାରତୀୟ ବଂଶୋଦ୍ଭବଙ୍କୁ ବାଛିଲା ନାସା

ନୂଆଦିଲ୍ଲୀ : ଆମେରିକାର ମହାକାଶ ସଂସ୍ଥା ନାସା ଏହାର ମୁନ୍‌ ଆଣ୍ଡ୍‌ ମାର୍ସ ମିସନ ପାଇଁ ୧୦ ମହାକାଶ ଯାତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଏହି ୧୦ ଜଣଙ୍କ ମଧ୍ୟରେ ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ମଧ୍ୟ ଅଛନ୍ତି। ତାଙ୍କ ନାମ ହେଉଛି ଅନିଲ ମେନନ୍‌। ଆମେରିକା ବାୟୁସେନାରେ ସେ ଜଣେ ଲେପ୍ଟନାଣ୍ଟ କର୍ନେଲ। ୨୦୨୧ ଆଷ୍ଟ୍ରୋନଟ୍‌ କ୍ଲାସ୍‌ର ସେ ଅଂଶବିଶେଷ ।

୧୨ ହଜାର ଆବେଦନକାରୀଙ୍କ ମଧ୍ୟରୁ ୧୦ ଜଣଙ୍କ ନାମ ବଛାଯାଇଛି। ଏଥି‌ରେ ୬ ଜଣ ପୁରୁଷ ଏବଂ ୪ ମହିଳା ଅଛନ୍ତି। ମିସନ୍‌ରେ ମୁତୟନ ହେବା ପୂର୍ବରୁ ଏହି ପ୍ରାର୍ଥୀମାନଙ୍କୁ ତାଲିମ ଦିଆଯିବ। ୧୯୯୯ରେ ହାଭାର୍ଡ ବିଶ୍ବବିଦ୍ୟାଳୟରେ ନ୍ୟୁରୋବା‌ୟୋଲୋଜିରେ ଡିଗ୍ରି ହାସଲ କରିଥିବା ମନେନ୍‌ ୨୦୦୪ରେ ଷ୍ଟାନଫର୍ଡ ବିଶ୍ବବିଦ୍ୟାଳୟରେ ମେକାନିକାଲ ଇଂଜିନିୟରିଂରେ ମାଷ୍ଟର୍ସ ଡିଗ୍ରି କରିଥିଲେ। ୨୦୦୯ରେ ସେ ଷ୍ଟାନଫର୍ଡ ମେଡିକାଲ ସ୍କୁଲରୁ ଜଣେ ଡାକ୍ତର ଭାବେ ଗ୍ରାଜୁଏଟ ହୋଇଥ‌ିଲେ।

ସମ୍ବନ୍ଧିତ ଖବର