ସୌରମଣ୍ଡଳ ବାହାରେ ଚନ୍ଦ୍ର!

ବରୁଣ ଗ୍ରହଠାରୁ ବଡ଼, ବ୍ୟାସ ୪୯ହଜାର କିମି

ନ୍ୟୁୟର୍କ: ଜ୍ୟୋତିର୍ବିଜ୍ଞାନୀମାନେ ପ୍ରଥମ ଥର ପାଇଁ ‌େସୗର ମଣ୍ଡଳ ବାହାରେ ଆଉ ଏକ ଚନ୍ଦ୍ରର ସନ୍ଧାନ କରିଛନ୍ତି। ଏ ବାବଦରେ ସେମାନେ ପ୍ରମାଣ ହାସଲ କରିଥିବା କହିଛନ୍ତି। ଏହି ଚନ୍ଦ୍ରକୁ ଠାବ କରିବା ଲାଗି ସେମାନେ ହ୍ୟୁବ୍‌ଲର ଓ କେପ୍‌ଲର୍‌ ମହାକାଶ ଟେଲିସ୍କୋପ୍‌ର ବ୍ୟବହାର କରିଥିବା ଜଣାପଡ଼ିଛି। ଜ୍ୟୋତିର୍ବିଜ୍ଞାନୀମାନେ ଦର୍ଶାଇଛନ୍ତି ଯେ ସେମାନେ ଠାବ କରିଥିବା ନୂଆ ଚନ୍ଦ୍ର ଆକାରରେ ବରୁଣ ଗ୍ରହ (ନେପ୍‌ଚ୍ୟୁନ୍‌) ତୁଳନାରେ ବଡ଼। ୮,୦୦୦ ଆଲୋକ ବର୍ଷ ଦୂରରେ ଥିବା ଏହି ଚନ୍ଦ୍ର ଏକ ଗ୍ୟାସୀୟ ଗ୍ରହ ଚାରିପଟେ ଘୂରୁଛି। ସାଇନ୍ସ ଆଡ୍‌ଭାନ୍ସେସ୍‌ ନାମକ ଏକ ଆମେରିକୀୟ ପତ୍ରିକାରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ନିଜ ଆକାରକୁ ନେଇ ଏହି ନୂଆ ଚନ୍ଦ୍ରଟି ବିଚିତ୍ର ଦିଶୁଛି। ବୈଜ୍ଞାନିକମା‌େନ ଦର୍ଶାଇଛନ୍ତି ‌େଯ ଆକାର ଦୃଷ୍ଟିରୁ ଏହାକୁ ବରୁଣ ବା ନେପ୍‌ଚ୍ୟୁନ୍ ଗ୍ରହ ସହିତ ତୁଳନା କରାଯାଇ ପାରିବ। ସେମାନଙ୍କ କହିବାନୁଯାୟୀ ସୌର ମଣ୍ଡଳରେ ପାଖାପାଖି ୧୮୦ଟି ଚନ୍ଦ୍ର ରହିଛି। କିନ୍ତୁ କୌଣସି ଚନ୍ଦ୍ର ଆକାରରେ ଏତେ ବଡ଼ ନୁହନ୍ତି। କଲମ୍ବିଆ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର ଡେଭିଡ୍‌ କିପିଙ୍ଗ୍‌ କହିଛନ୍ତି, ସୌର ମଣ୍ଡଳ ବାହାରେ ଚନ୍ଦ୍ରର ସନ୍ଧାନ ମିଳିବା ପ୍ରଥମ ଘଟଣା। ଏହା ପୂର୍ବରୁ କୌଣସି ପ୍ରମାଣ ମିଳିନଥିଲା। କିନ୍ତୁ ହ୍ୟୁବ୍‌ଲର ଏବଂ କେପ୍‌ଲର୍‌ ଟେଲିସ୍କୋପ୍ ବ୍ୟବହାର ଯୋଗୁ ଏହି ଚନ୍ଦ୍ରକୁ ଠାବ କରାଯାଇ ପାରିଛି। ତାଙ୍କ କହିବାନୁଯାୟୀ ସୌର ମଣ୍ଡଳର ସବୁଠୁ ବଡ଼ ଚନ୍ଦ୍ର ଗେନିମେଡ୍ ବୃହସ୍ପତିର ପରିକ୍ରମା କରୁଛି। ଏହାର ବ୍ୟାସ ପାଖାପାଖି ୫,୨୬୦ କିଲୋମିଟର ହେବ। କିନ୍ତୁ ସୌର ମଣ୍ଡଳ ବାହାରେ ମିଳିଥିବା ଚନ୍ଦ୍ରର ବ୍ୟାସ ପ୍ରାୟ ୪୯,୦୦୦ କିଲୋମିଟର ହେବ। ଏହି ଚନ୍ଦ୍ର ନିଜ ଗ୍ରହ ଚାରିପଟେ ପାଖାପାଖି ୩୦ ଲକ୍ଷ କିଲୋମିଟର ଦୂରରେ ପରିକ୍ରମା କରୁଥିବା ଜଣାପଡ଼ିଛି। ଏହା ମୂଳ ଗ୍ରହ କେପ୍‌ଲର-୧୬୨୫ ଚାରିପଟେ ପରିକ୍ରମା କରୁଛି। ସୂର୍ଯ୍ୟଙ୍କ ଆକାରଠାରୁ କେପ୍‌ଲର-୧୬୨୫ ୭୦ ପ୍ରତିଶତ ଅଧିକ ବଡ଼ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର