ମୁମ୍ବାଇ ଛୁଇଁଲା ମୌସୁମୀ, ୨ ଦିନ ମଧ୍ୟରେ ଓଡ଼ିଶା

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଆହୁରି ଅଗ୍ରଗତି କରି ମୁମ୍ବାଇ, ସମଗ୍ର କୋଙ୍କଣ ଅଞ୍ଚଳ, ଉତ୍ତର ଆରବ ସାଗର ଓ ଆଭ୍ୟନ୍ତରୀଣ ମହାରାଷ୍ଟ୍ରର ଆଉ କେତେକ ଅଂଚଳ, ଦକ୍ଷିଣ ଗୁଜୁରାଟ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଆଉ କିଛି ଅଂଶକୁ ଛୁଇଁଛି । ମୌସୁମୀ ପ୍ରଭାବରେ ମୁମ୍ବାଇ ସମେତ ମହାରାଷ୍ଟ୍ରର ଅଧିକାଂଶ ଅଂଚଳରେ ବର୍ଷା ଜାରି ରହିଛି । ଆସନ୍ତା ୨ରୁ ୩ ଦିନରେ ମୌସୁମୀ ସମଗ୍ର ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ପୂର୍ବ ଉତ୍ତରପ୍ରଦେଶରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

ବଙ୍ଗୋପସାଗରରେ ଆଜି ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ଆସନ୍ତା ୧୧ ତାରିଖ ବେଳକୁ ଏହା ଏକ ଲଘୁଚାପରେ ପରିଣତ ହେବ ଓ ପରବର୍ତ୍ତୀ ୨୪ ଘଣ୍ଟାର ଆହୁରି ଚିହ୍ନିତ ହେବ । ଏହାର ପ୍ରଭାବରେ ଓଡ଼ିଶା ସମେତ ସମଗ୍ର ପୂର୍ବଭାରତରେ ମୌସୁମୀ ସକ୍ରିୟ ହୋଇ ପ୍ରବଳ ବର୍ଷା କରାଇବ । ଏହି ଲଘୁଚାପ ପ୍ରଭାବରେ ୧୦ ତାରିଖଠାରୁ ଆରମ୍ଭ କରି ଜୁନ ୧୫ ପର୍ୟ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୪ ତାରିଖ ପର୍ୟ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯ଼ାଇଛି ।

ସମ୍ବନ୍ଧିତ ଖବର