ଲକ୍ଷ୍ନୌ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଏକ ବଡ ଖୁଲାସା ହୋଇଛି । ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିବା ପାଇଁ ଉତ୍ତରପ୍ରଦେଶରେ ଷଡ଼ଯନ୍ତ୍ର ହୋଇଥିଲା। ସୁଟରମାନେ ଅଯୋଧ୍ୟାରେ ପ୍ରଶିକ୍ଷଣ ଓ ଆଶ୍ରୟ ନେବା ପରେ ପଞ୍ଜାବ ଯାଇ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିଲେ । ଏହି ହତ୍ୟା କାଣ୍ଡ ଘଟାଇବା ପୂର୍ବରୁ ବିଷ୍ଣୋଇ ଗ୍ୟାଙ୍ଗର ସୁଟରମାନେ ଲକ୍ଷ୍ନୌ-ଅଯୋଧ୍ୟାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ପୁଲିସକୁ ଏହି ସୁଟରମାନଙ୍କର ୧୧ଟି ଫଟୋ ମିଳିଛି। ଫଟୋରେ ଆଜରବାଇଜାନରୁ ପ୍ରତ୍ୟାର୍ପଣ ହୋଇଥିବା ସଚିନ ବିଷ୍ଣୋଇଙ୍କ ସହ ଏହି ସୁଟରମାନେ ନଜର ଆସୁଛନ୍ତି । ସେମାନେ ଯେଉଁ ହୋଟେଲରେ ରହୁଛନ୍ତି ସେଠାରେ ବିପୁଳ ପରିମାଣର ଗୁଳିବନ୍ଧୁକ ଥିବା ଦେଖାଯାଉଛି ।
ଆଜରବାଇଜାନରୁ ଧରାପଡ଼ିଥିବା ସିଦ୍ଧୁ ମୁସାୱାଲାଙ୍କ ହତ୍ୟାକାରୀ ସଚିନ ଥାପନକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ବୟାନ ଦେଇଛନ୍ତି। ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ଆଗୁଆ ପ୍ରସ୍ତୁତ ହୋଇଥିଲା। ଉତ୍ତରପ୍ରଦେଶରେ ବସି ହତ୍ୟାର ରଣନୀତି ପ୍ରସ୍ତୁତ କରାଯାଇଥିଲା। ଅଯୋଧ୍ୟାରେ ପ୍ରଶିକ୍ଷଣ ଏବଂ ପଞ୍ଜାବରେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର ପୂରା ନେଟୱାର୍କ ତିଆରି ହୋଇଥିଲା ।
ପୁଲିସ ଜାଣିବାକୁ ପାଉଛି ଯେ ସିଦ୍ଧୁ ମୁସେଓ୍ବାଲାକୁ ହତ୍ୟା କରିବା ପୂର୍ବରୁ ସେମାନଙ୍କୁ ଉତ୍ତରପ୍ରଦେଶରେ ଜଣେ ବ୍ୟକ୍ତିକୁ ହତ୍ୟା କରିବାକୁ ସୁପାରି ମିଳିଥିଲା । କିନ୍ତୁ ସେହି ଯୋଜନା ବିଫଳ ହୋଇଯାଇଥିଲା । ଏହା ପରେ ସେମାନଙ୍କୁ ମୁସେଓ୍ବାଲା ହତ୍ୟାର ସୁପାରି ଦିଆଯାଇଥିଲା ।