ମୋର୍ବି ପୋଲ ଭୁଶୁଡ଼ିବା ଘଟଣା: ୧୨୬୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ପୁଲିସ
ଓରେଭା ଗ୍ରୁପ୍ର ଜୟସୁଖ ପଟେଲଙ୍କ ସମେତ ୧୦ ଅଭିଯୁକ୍ତ
ଅହମଦାବାଦ : ମୋର୍ବି ପୋଲ ଭୁଶୁଡ଼ିବା ଘଟଣାରେ ମୋର୍ବି ପୁଲିସ ଶୁକ୍ରବାର ଦିନ ଏକ ଚାର୍ଜସିଟ୍ ଦାଖଲ କରିଛି। ମୋର୍ବିର ସିଜେଏମ୍ କୋର୍ଟରେ ମୋର୍ବି ପୁଲିସ ୧୨୬୨ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି। ଚାର୍ଜସିଟରେ ଓରେଭା ଗ୍ରୁପ ପ୍ରମୋଟର ଜୟସୁଖ ପଟେଲଙ୍କ ସମେତ ମୋଟ ୧୦ ଜଣଙ୍କ ନାମ ଅଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୦୮, ୩୦୪, ୩୩୬, ୩୩୮ ଏବଂ ୧୧୪ ଅଧୀନରେ ମାମଲା ରୁଜୁ ହୋଇଛି। ୨ ଦିନ ତଳେ ଓରେଭା ଗ୍ରୁପ୍ ମୋର୍ବି ପୋଲ ଭୁଶୁଡ଼ିବା ଘଟଣାରେ ସମସ୍ତ ମୃତକ ଏବଂ ଆହତଙ୍କୁ କ୍ଷତିପୂରଣ ଦେବ ବୋଲି କହିଥିବା ବେଳେ ଗୁଜରାଟ ହାଇକୋର୍ଟ ଏଥିରେ ରାଜି ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ମୋର୍ବି ପୋଲ ଭୁଶୁଡ଼ିବା ଘଟଣାରେ ୧୩୫ ଲୋକଙ୍କ ମୃତ୍ୟୁ ହୋଇଥିଲା।