ଜାପାନ୍‌ କ୍ରୁଜ୍‌ରେ ପୁଣି ୮୮ ଜଣ ଭାଇରସ୍‌ ଆକ୍ରାନ୍ତ

ଟୋକିଓ: ଜାପାନ୍‌ କ୍ରୁଜ୍‌ରେ ପୁଣି ଆଉ ୮୮ ଜଣ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଥିବା ଜାପାନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ସ୍ପଷ୍ଟ କରାଯାଇଛି। ଏଥିସହ‌ ଜାପାନ୍‌ କ୍ରୁଜ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪୨ରେ ପହଞ୍ଚିଛି। ଚୀନ୍‌ ବାହାରେ ଏହି କ୍ରୁଜ୍‌ରେ ହିଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ରୋଗୀମାନଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା ଥିବା ହସ୍ପିଟାଲ୍‌ ପଠାଯିବ ବୋଲି ଜାପାନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଜାପାନ ସେନା ଏହି ସ୍ବତନ୍ତ୍ର ହସ୍ପିଟାଲର ସଂପୂର୍ଣ୍ଣ ଦାୟିତ୍ବ ହାତକୁ ନେଇଛି। ବିଶ୍ବର ବିଭିନ୍ନ ରାଷ୍ଟ୍ରର ନାଗରିକ ଏହି କ୍ରୁଜ୍‌ରେ ଥିବା ବେଳେ ୧୩୮ ଜଣ ଭାରତୀୟ ମଧ୍ୟ ଅଛନ୍ତି। ୬ ଜଣ ଭାରତୀୟ କରୋନା ଆକ୍ରାନ୍ତ ଥିବା ବେଳେ ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି।

ସମ୍ବନ୍ଧିତ ଖବର