କିବ୍ : ଗତ ଫେବ୍ରୁଆରି ମାସରୁ ଆରମ୍ଭ ହୋଇଥିବା ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ୟୁକ୍ରେନ୍‌ର ପ୍ରାୟ ୯୦୦୦ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇସାରିଲାଣି ବୋଲି ୟୁକ୍ରେନ୍ ସେନାମୁଖ୍ୟ ସୋମବାର କହିଛନ୍ତି। ପ୍ରଥମ ଥର ପାଇଁ ୟୁକ୍ରେନ୍ ସେନାମୁଖ୍ୟ ଜେନେରାଲ ଭାଲେରୀ ଜାଲୁଝନି ଏଭଳି ତଥ୍ୟ ପ୍ରଦାନ କରିଛନ୍ତି। ବରିଷ୍ଠ ସେନାଧିକାରୀ ଓ ଯୁଦ୍ଧରେ ନିହତ ସୈନିକ ବା ସେନାଧିକାରୀଙ୍କ ପରିବାରକୁ ସମ୍ମାନିତ କରିବା ପାଇଁ ଆୟୋଜିତ ସମ୍ମିଳନୀରେ ଦେଶ ପାଇଁ ଲଢ଼ି ସହିଦ ହୋଇଥିବା ବୀରମାନଙ୍କ ପିଲାମାନଙ୍କୁ ସୁରକ୍ଷା ଦିଆଯିବା ଉପରେ ସେନାମୁଖ୍ୟ ଜାଲୁଝନି ଗୁରୁତ୍ବ ଦେଇଥିଲେ।