ଚଣ୍ଡିଗଡ଼: ୨୦୧୬ ସର୍ଜିକାଲ୍ ଷ୍ଟ୍ରାଇକ୍ ସଂକ୍ରାନ୍ତରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି ଅବସରପ୍ରାପ୍ତ ଆର୍ମି ଜେନେରାଲ୍ ଡିଏସ୍ ହୁଦା। ସାମରିକ କାର୍ଯ୍ୟାନୁଷ୍ଠାନ ଗୁଡ଼ିକର ରାଜନୀତିକରଣ କରାଯାଉଛି ଏବଂ ଏହାଦ୍ବାରା ଭବିଷ୍ୟତର କାର୍ଯ୍ୟାନୁଷ୍ଠାନ ଉପରେ ହାନିକାରକ ପ୍ରଭାବ ପଡ଼ିବ ବୋଲି ହୁଦା ଚେତାଇ ଦେଇଛନ୍ତି। ୨୦୧୬ ସର୍ଜିକାଲ୍ ଷ୍ଟ୍ରାଇକ୍କୁ ପରିଚାଳନା କରିଥିବା ଓ ନିଜ ଆଖିରେ ଦେଖିଥିବା ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ହୁଦା କହିଛନ୍ତି ଯେ ସର୍ଜିକାଲ୍ ଷ୍ଟ୍ରାଇକ୍ର ମାତ୍ରାଧିକ ପ୍ରଚାର କରାଯାଇଛି। ସାମରିକ ପ୍ରସଙ୍ଗ ଗୁଡ଼ିକରେ ରାଜନୀତିକରଣ ଆଦୌ ଠିକ୍ ନୁହେଁ । ଚଣ୍ଡିଗଡ଼ରେ ଆଜି ମିଲିଟାରି ଲିଟରେଚର ଫେଷ୍ଟିଭାଲ୍ (ଏମଏଲଏଫ) ଉତ୍ସବରେ ଯୋଗ ଦେଇ ‘କ୍ରସ୍ ବର୍ଡର ଏବଂ ସର୍ଜିକାଲ ଷ୍ଟ୍ରାଇକ୍’ ଉପରେ ନିଜର ମନ୍ତବ୍ୟ ରଖି ହୁଦା ଏକଥା କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ହୁଦାଙ୍କର ଏଭଳି ବୟାନକୁ ପ୍ରଶଂସା କରିବା ସହ ଏହି ବୟାନକୁ କେନ୍ଦ୍ର କରି ଆଜି ମୋଦୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ମୋଦୀ ରାଜନୈତିକ ଫାଇଦା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନକୁ ବ୍ୟବହାର କରିଛନ୍ତି। ସର୍ଜିକାଲ୍ ଷ୍ଟ୍ରାଇକ୍କୁ ଗୋପନ ରଖିଥିଲେ ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି।
ସର୍ଜିକାଲ୍ ଷ୍ଟ୍ରାଇକ୍ର ମାତ୍ରାଧିକ ପ୍ରଚାର କରାଯାଇଛି: ପୂର୍ବତନ ଆର୍ମି କମାଣ୍ଡର
ରାଜେନୖତିକ ଫାଇଦା ପାଇଁ ମୋଦୀ ସର୍ଜିକାଲ ଷ୍ଟ୍ରାଇକ୍କୁ ବ୍ୟବହାର କରିଥିଲେ : ରାହୁଲ
/sambad/media/post_attachments/wp-content/uploads/2018/12/d-s-hooda-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)