ୱାଶିଂଟନ: ଆମେରିକା ଏବଂ ଚୀନ୍ ମଧ୍ୟରେ ଶତ୍ରୁତା ସମସ୍ତଙ୍କୁ ଜଣା। ଡୋନାଲ୍ଡ ଟ୍ରମ୍ପ୍ ରାଷ୍ଟ୍ରପତି ହେବା ପରଠାରୁ ଦୁଇଦେଶର ସମ୍ପର୍କ ଅଧିକ ବିଗିଡ଼ି ଯାଇଛି। ଟ୍ରମ୍ପ୍ ଚୀନ୍ ଉପରେ ଶୁଳ୍କ ବୃଦ୍ଧି କରିଛନ୍ତି। ତେବେ ଏକ ଆକଳନ ଅନୁସାରେ ଆମେରିକାରେ ଭାରତୀୟଙ୍କ ଅପେକ୍ଷା ଅଧିକ ଚୀନ୍ ନାଗରିକ ବାସ କରୁଛନ୍ତି। ୨୦୨୩ର ରିପୋର୍ଟ ଅନୁସାରେ ଆମେରିକାରେ ଅଧିକ ଚୀନ୍ ନାଗରିକ ବସବାସ କରୁଛନ୍ତି।
ୟୁଏଏସ ଜନଗଣନା ବ୍ୟୁରୋ ଅନୁସାରେ ୨୦୨୩ରେ ଆମେରିକାରେ ପ୍ରାୟ ୨.୪୮ କୋଟି ଏସିଆର ନାଗରିକ ବାସ କରୁଛନ୍ତି। ଏହି ଜନସଂଖ୍ୟା ମୋଟ ଆମେରିକା ଜନସଂଖ୍ୟାର ୭ ପ୍ରତିଶତ। ୨୦୦୦ମସିହାରେ ଆମେରିକାରେ ୧.୧୯ କୋଟି ଏସିଆ ଲୋକେ ବାସ କରୁଥିଲେ। ତେବେ ଗତ ୨୩ ବର୍ଷମଧ୍ୟରେ ଏଥିରେ ୧୦୯ପ୍ରତିଶତ ବୃଦ୍ଧି ଘଟିଛି। ସେମାନଙ୍କ ମଧ୍ୟରୁ ଚୀନ୍ ନାଗରିକଙ୍କ ସଂଖ୍ୟା ୫୫ ଲକ୍ଷ ରହିଛି। ସେହିପରି ଭାରତୀୟଙ୍କ ସଂଖ୍ୟା ୫୨ ଲକ୍ଷ ରହିଛି।
ଅଧିକ ପଢ଼ନ୍ତୁ: ଯୁଦ୍ଧ ପୂର୍ବରୁ ରାୱଲପିଣ୍ଡିରେ ଜରୁରୀକାଳୀନ ପରିସ୍ଥିତି
୨୦୦୦ ମସିହାରେ ଆମେରିକାରେ ଭାରତୀୟଙ୍କ ସଂଖ୍ୟା ୧୮ଲକ୍ଷ ଥିଲା। ତେବେ ୨୩ ବର୍ଷ ମଧ୍ୟରେ ୨୦୨୩ରେ ଏହି ସଂଖ୍ୟା ବୃଦ୍ଧି ପାଇ ୪୯ ଲକ୍ଷରେ ପହଞ୍ଚିଥିଲା।
ଚୀନ୍ ନାଗରିକମାନେ ବହୁ ବର୍ଷ ଧରି ଆମେରିକାରେ ବସବାସ କରୁ ଥିବାରୁ ସେମାନଙ୍କ ସଂଖ୍ୟା ଅଧିକ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଅଧିକ ପଢ଼ନ୍ତୁ: ଭାରତ ପାକିସ୍ତାନ ମଧ୍ୟରେ ଆଣବିକ ଯୁଦ୍ଧ ଆଶଙ୍କା!: ବିଶ୍ବର ଆଣବିକ ଶକ୍ତି ଥିବା ଦେଶ କାହା ପଟେ ଅଛନ୍ତି, ଜାଣନ୍ତୁ...
america | China
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/05/06/FbWhixBwjr679xuPPqQA.jpeg)