ପୂର୍ବ ବର୍ଷ ତୁଳନାରେ ୨୪.୧୩ ଲକ୍ଷ ହେକ୍ଟର ଅଧିକ ଜମିରେ ରବିଚାଷ ହୋଇଛି: କୃଷି ମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଶନିବାର କହିଛନ୍ତି ଯେ ବିଗତ ବର୍ଷ ତୁଳନାରେ ଚଳିତ ରବି ଋତୁରେ ୨୪.୧୩ ଲକ୍ଷ ହେକ୍ଟର ଅଧିକ ଜମିରେ ରବି ଫସଲ ହୋଇଛି। ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ରବି ଫସଲର ସ୍ଥିତି ସମୀକ୍ଷା କରି ଶ୍ରୀ ତୋମର କହିଛନ୍ତି ଯେ ବିଗତ ବର୍ଷ ଏହି ସମୟରେ ଦେଶରେ ୧୩୮.୩୫ ଲକ୍ଷ ହେକ୍ଟରରେ ରବି ଫସଲ ହୋଇଥିବା ବେଳେ ଚଳିତ ବର୍ଷ ଏପର୍ଯ୍ୟନ୍ତ କେବଳ ଗହମ ଚାଷ ୧୫୨.୮୮ ଲକ୍ଷ ହେକ୍ଟର ଜମିରେ କରାଯାଇଛି। ଗତ ବର୍ଷ ତୁଳନାରେ ଏବର୍ଷ ୧୪.୫୩ ଲକ୍ଷ ହେକ୍ଟର ଅଧିକ ଜମିରେ ଗହମ ଚାଷ ହୋଇଛି। ବିଗତ ବର୍ଷ ତୁଳନାରେ ଏ ବର୍ଷ ୨୪.୧୩ ଲକ୍ଷ ହେକ୍ଟର ଅଧିକ ଜମିରେ ରବିଚାଷ ହୋଇଛି।

ସାରା ଦେଶରେ ୧୪୩ ଗୋଟି ଜଳଭଣ୍ଡାରରେ ବର୍ତ୍ତମାନ ଜଳ ସଂଗ୍ରହ ୧୪୯.୪୯ ବିଲିୟନ୍ କ୍ୟୁବିକ୍ ମିଟର ରହିଛି, ଯାହା ବିଗତ ବର୍ଷ ଏହି ସମୟ ତୁଳନାରେ ୬ ପ୍ରତିଶତ ଅଧିକ। ଅଧିକାଂଶ ଜିଲ୍ଲାରେ ମୃତ୍ତିକାର ନମନୀୟତାର ସ୍ଥିତି ଏହି ଅବଧିରେ ବିଗତ ୭ ବର୍ଷର ପ୍ରତିଶତ ଅନୁସାରେ ଅଧିକ। ସମଗ୍ର ଦେଶରେ ରବି ଋତୁ ନିମନ୍ତେ ଆବଶ୍ୟକତା ଅନୁସାରେ ସାର ମଧ୍ୟ ସହଜରେ ଉପଲବ୍ଧ କରାଯାଇଛି। ତେଣୁ ଚଳିତବର୍ଷ ରବି ଋତୁରେ ଅଧିକ ଫସଲ ଅମଳ ହେବ ବୋଲି ମନ୍ତ୍ରୀ ତୋମର କହିଛନ୍ତି।

ସମ୍ବନ୍ଧିତ ଖବର