ଆଡେନ: ୟେମେନର ବିଦ୍ରୋହୀ ଅଧ୍ୟୁଷିତ ହୋଡେଇଦା ବନ୍ଦରକୁ ମୁକ୍ତ କରିବା ପାଇଁ ପ୍ରବଳ ସଂଘର୍ଷ ଚାଲିଛି। ବିଦ୍ରୋହୀଙ୍କ ସହ ସ୍ଥଳସେନାର ସଂଘର୍ଷରେ ମୃତ୍ୟୁ ସଂଖ୍ୟା ୧୦୦ ଟପିଛି। ୫ ଦିନ ତଳେ ଲୋହିତ ସାଗରର ଏହି ବନ୍ଦରକୁ ମୁକ୍ତ କରିବା ପାଇଁ ସରକାରୀ ସେନା ପ୍ରଚଣ୍ଡ ଆକ୍ରମଣ କରିଥିଲା। ଆଜି ସୁଦ୍ଧା ୭୦ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ପ୍ରାୟ ୩୦ ଜଣ ସୈନିକ ମଧ୍ୟ ଅଛନ୍ତି। ଏଠାରେ ଖୁବ୍୍ଶୀଘ୍ର ବିମାନ ଆକ୍ରମଣ ହେବ ବୋଲି ସାଉଦି ଆରବ ଏବଂ ୟୁଏଇ ଘୋଷଣା କରିଛନ୍ତି।
ୟେମେନରେ ସଂଘର୍ଷ: ଶତାଧିକ ମୃତ
/sambad/media/post_attachments/wp-content/uploads/2018/06/Mideast-Yemen_Horo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)