ଏ ବର୍ଷ ଜାତୀୟ ରାଜଧାନୀ ଦିଲ୍ଲୀରେ ୧ ହଜାରରୁ ଊର୍ଧ୍ୱ ସ୍ୱାଇନ୍‌ଫ୍ଲୁ ରୋଗୀ ଚିହ୍ନଟ

ନୂଆଦିଲ୍ଳୀ: ଏବର୍ଷ ଜାତୀୟ ରାଜଧାନୀ ଦିଲ୍ଲୀର ବିଭିନ୍ନ ହସ୍ପିଟାଲ୍‌ରେ ସମୁଦାୟ ୧,୦୧୧ ସ୍ୱାଇନ୍‌ଫ୍ଲୁ(ଏଚ୍‌୧ଏନ୍‌୧) ରୋଗୀ ଚିହ୍ନଟ ହୋଇଛନ୍ତି। ସୋମବାର ପ୍ରକାଶ ପାଇଥିବା ସରକାରୀ ଡାଟାରୁ ଏହା ଜାଣିବାକୁ ମିଳିଛି।

ଅବଶ୍ୟ ସରକାରୀ ଡାଟାରେ ଏଚ୍‌୧ଏନ୍‌୧ ହେତୁ କେତେ ଜଣଙ୍କର ମୃତ୍ୟୁ ଘଟିଛି ତାହା ଦର୍ଶାଯାଇ ନାହିଁ। ମାତ୍ର କେତେକ ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଛି କି ଗତ ମାସ ସଂକ୍ରମଣ ହେତୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି।

ଜାନୁଆରି ୨୬ ତାରିଖ ଭିତରେ ସମୁଦାୟ ୫୧୨ ଏଚ୍‌୧ଏନ୍‌୧ ରୋଗୀ ଚିହ୍ନଟ ହୋଇଥିଲେ। ଦିଲ୍ଲୀ ସରକାର ପ୍ରତ୍ୟେକ ହସ୍ପିଟାଲ୍‌କୁ ଔଷଧ, ଭ୍ୟାକ୍‌ସିନ୍‌ ଓ କିଟ୍‌ କିଣିବା ପାଇଁ ନର୍ଦ୍ଦେଶ ଦେଇଥିଲେ।

ଏହା ବ୍ୟତୀତ ଦିଲ୍ଲୀର ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ହେଲ୍‌ଥ୍‌ ସର୍ଭିସ୍‌ ଦ୍ୱାରା ହିନ୍ଦୀ ଓ ଇଂରାଜୀ ଭାଷାରେ ଏକ ସ୍ୱାସ୍ଥ୍ୟ ପରାମର୍ଶ ପତ୍ର ଜାରି ହୋଇଥିଲା।

ପରାମର୍ଶ ପତ୍ରରେ ସୂଚନା ଦିଆଯାଇଥିଲା ଯେ ଜ୍ୱର, କଫ, ତଣ୍ଟି ଦରଜ, ନାକ ଗଳିବା କିମ୍ବା ନିଶ୍ୱାସ ନେବାରେ କଷ୍ଟ ଅନୁଭୂତ ହେବା ଆଦି ସ୍ୱାଇନ୍‌ଫ୍ଲୁର ଲକ୍ଷ୍ୟଣ।

ସେଥିରେ ଆହୁରି ବି କୁହା ଯାଇଥିଲା ଯେ ଶିଶୁ, ବୃଦ୍ଧ, ଗର୍ଭବତୀ ମହିଳାଙ୍କ ବ୍ୟତୀତ ହୃଦ୍‌, ଯତ୍କତ, କିଡ୍‌ନୀ, ରକ୍ତଚାପ, ମଧୁମେହ, ଏଡ୍‌ସ କିମ୍ବା କର୍କଟ ରୋଗୀମାନଙ୍କ କ୍ଷେତ୍ରରେ ଏହା ଅଧିକ ବିପଦ।

ସମ୍ବନ୍ଧିତ ଖବର