ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ କମାଣ୍ଡ୍ ଅଧୀନରେ ଥିବା କେନ୍ଦ୍ରୀୟ ପୁଲିସ ବାହିନୀରେ ୧୦ ହଜାରରୁ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି। କେବଳ ଶନିବାର ଦିନ କେନ୍ଦ୍ରିୟ ପୁଲିସ ବାହିନୀରେ ୪୨୧ ମାମଲା ଚିହ୍ନଟ ହୋଇଛି। ୭ ସୁରକ୍ଷାବାହିନୀ ତଥା ସିଆରପିଏଫ୍, ବିଏସଏଫ୍, ସିଆଇଏସଏଫ୍, ଆଇଟିବିପି, ଏସ୍ଏସ୍ବି, ଏନ୍ଏସ୍ଜି ଏବଂ ଏନ୍ଡିଆରଏଫ୍ରୁ ମୋଟ୍ ୧୦ ହଜାର ୨୫୯ ମାମଲା ଚିହ୍ନଟ ହୋଇଛି। ତେବେ କେନ୍ଦ୍ରୀୟ ପୁଲିସ ବାହିନୀରେ ୪,୬୮୬ ସକ୍ରିୟ ମାମଲା ରହିଛି। ଅନ୍ୟପକ୍ଷେ ଅନ୍ୟମାନେ କରୋନାରୁ ସୁସ୍ଥ ହୋଇ ସାରିଛନ୍ତି। ତେବେ ସର୍ବାଧିକ ମାମଲା ସିଆରପିଏଫ୍ରୁ ରେକର୍ଡ କରାଯାଇଛି। ସିଆରପିଏଫ୍ରୁ ୩,୩୪୧ ଟି ମାମଲା ଚିହ୍ନଟ ହୋଇଥିବା ବେଳେ ବିଏସଏଫ୍ରେ ୩,୧୬୪ ଏବଂ ସିଆଇଏସଏଫ୍ରେ ୧,୬୩୯ ଟି ମାମଲା ଚିହ୍ନଟ ହୋଇଛି। ସେହିପରି ଆଇଟିବିପିରୁ ୧୧୩୨, ଏସ୍ଏସ୍ବିରୁ ୫୦୭, ଏନ୍ଡିଆରଏଫ୍ରୁ ୩୯୩ ଏବଂ ଏନ୍ଏସ୍ଜିରୁ ୯୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତ ବାହିନୀରେ ସକ୍ରିୟ ମାମଲା ଅପେକ୍ଷା ଆରୋଗ୍ୟ ହାର ଅଧିକ ରହିଛି। କେନ୍ଦ୍ରୀୟ ପୁଲିସ ବାହିନୀରେ ମୋଟ୍ ୪୪ ଜଣଙ୍କ କନେରାରେ ମୃତ୍ୟୁ ହୋଇଛି। ସିଆରପିଏଫ୍ରୁ ୧୫, ବିଏସ୍ଏଫ୍ରୁ ୧୨, ସିଆଇଏସଏଫ୍ରୁ ୧୧ ଏବଂ ଆଇଟିବିପି, ଏସ୍ଏସ୍ବିରୁ ୩ ଜଣଙ୍କ ମୃତ୍ୟୁ ହୋଇଛି।
କେନ୍ଦ୍ରୀୟ ପୁଲିସ ବାହିନୀରେ ୧୦ ହଜାରରୁ ଅଧିକ ସଂକ୍ରମିତ
/sambad/media/post_attachments/wp-content/uploads/2020/07/bkxoaf3vqcvauvs6_1590909115.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)