ଦେଶରେ ୧୨୪ କୋଟିରୁ ଅଧିକ ଡୋଜ୍‌ ଦିଆସରିଛି

ରାଜ୍ୟମାନଙ୍କ ପାଖରେ ମହଜୁଦ୍‌ ଅଛି ୨୪.୧୬ କୋଟି ଡୋଜ୍‌

ନୂଆଦିଲ୍ଲୀ : ଦେଶରେ ୧୨୪ କୋଟିରୁ ଅଧିକ ଡୋଜ୍‌ ଟିକାକରଣ ସରିଛି। ତଥ୍ୟ ଅନୁଯାୟୀ ଡିସେମ୍ବର ୧ ସକାଳ ୭ଟା ସୁଦ୍ଧା ଦେଶରେ ମୋଟ୍‌ ୧,୨୪,୧୦,୮୬,୮୫୦ ଡୋଜ୍‌ ଦିଆଯାଇଛି। ଏଥି ମଧ୍ୟରୁ ୭୮,୯୦,୨୮,୯୭୧ ପ୍ରଥମ ଡୋଜ୍‌ ହୋଇଥିବା ବେଳେ ୪୫,୨୦,୫୭,୮୭୯ଟି ଦ୍ବିତୀୟ ଡୋଜ୍‌ ଦିଆଯାଇଛି। ଗତ ୨୪ ଘଣ୍ଟାରେ ୮୦,୯୮,୭୧୬ ଡୋଜ୍‌ ଦିଆଯାଇଛି।

ଏଥି ମଧ୍ୟରୁ ୨୫,୮୦,୬୮୯ ହିତାଧିକାରୀ ପ୍ରଥମ ଡୋଜ୍‌ ନେଇଥିବାବେଳେ ୫୫,୧୮,୦୨୭ ଜଣ ଦ୍ବିତୀୟ ଡୋଜ୍‌ ନେଇଛନ୍ତି। ଉତ୍ତରପ୍ରଦେଶରେ ସର୍ବାଧିକ ୧୬,୨୭,୧୧,୮୭୭ ଡୋଜ୍‌ ଦିଆଯାଇଥିବା ବେଳେ ମହାରାଷ୍ଟ୍ରରେ ୧୧,୪୩,୩୩,୫୦୦ ଡୋଜ୍‌ ଦିଆଯାଇଛି। ପଶ୍ଚିମବଙ୍ଗରେ ୯,୨୭,୭୬,୦୯୬ ଡୋଜ୍‌ ଦିଆଯାଇଛି। ଉତ୍ତରପ୍ରଦେଶ ୧୧,୨୩,୪୩,୨୮୨ ପ୍ରଥମ ଡୋଜ୍‌ ଦେଇଥିବା ବେଳେ ମହାରାଷ୍ଟ୍ର ୭,୪୩,୧୧,୭୩୬ ପ୍ରଥମ ଡୋଜ୍‌ ଦେଇଛି।

ଅନ୍ୟପକ୍ଷେ ପଶ୍ଚିମବଙ୍ଗ ୬,୩୨,୮୨,୫୭୭ ପ୍ରଥମ ଡୋଜ୍‌ ଦେଇଛି। ଉତ୍ତରପ୍ରଦେଶ ୫,୦୩,୬୯,୫୯୧ ଦ୍ବିତୀୟ ଡୋଜ୍‌ ଦେଇଛି। ଉତ୍ତରପ୍ରଦେଶ ପ୍ରଥମ ରାଜ୍ୟ ଭାବେ ୫ କୋଟିରୁ ଅଧିକ ଟିକାକରଣ ସାରିଛି। ମଧ୍ୟପ୍ରଦେଶରେ ଦ୍ବିତୀୟ ଡୋଜ୍‌ ଟିକାକରଣ ସଂଖ୍ୟା ୩,୫୩,୭୮, ୮୮୭ରେ ପହଞ୍ଚିଛି। ଅନ୍ୟପକ୍ଷେ ରାଜ୍ୟମାନଙ୍କ ନିକଟରେ ୨୪.୧୬ କୋଟି ଡୋଜ୍‌ ମହଜୁଦ ଅଛି।

ସମ୍ବନ୍ଧିତ ଖବର