୧୫୦୦ରୁ ଅଧିକ ପୁରୁଣା ଓ ଅପ୍ରାସଙ୍ଗିକ ଆଇନ ରଦ୍ଦ ହେବ

ନୂଆଦିଲ୍ଲୀ : ସଂସଦରେ ଆସନ୍ତା ଶୀତ ଅଧିବେଶନରେ କେନ୍ଦ୍ର ସରକାର ୧୫୦୦ରୁ ଅଧିକ ପୁରୁଣା ଓ ଅପ୍ରାସଙ୍ଗିକ ଆଇନ ରଦ୍ଦ କରିବେ। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଆଜି ଏହି ସୂଚନା ଦେଇଛନ୍ତି।

ରିଜିଜୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହାନ୍ତି ଯେ ଲୋକଙ୍କ ଜୀବନରେ ସରକାରଙ୍କର ଭୂମିକା କମ୍‌ ରହୁ। ସେଥିପାଇଁ ଆଗାମୀ ସଂସଦ ଅଧିବେଶନରେ ୧୫୦୦ରୁ ଅଧିକ ଆଇନ ରଦ୍ଦ ହେବ। ସିଲଂରେ ‘‌ରୋଜଗାର ମେଳା’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ରିଜିଜୁ କ‌ହିଛନ୍ତି, ଅପ୍ରଚଳିତ ଆଇନ ସାଧାରଣ ଲୋକଙ୍କ ସ୍ବାଭାବିକ ଜୀବନରେ ବାଧା ଉପୁଜାଉଛି। ବର୍ତ୍ତମାନ ସମୟରେ ପୁରୁଣା ଆଇନର ‌କୌଣସି ଗୁରୁତ୍ବ ମଧ୍ୟ ନାହିଁ। ତେଣୁ ୧୫୦୦ରୁ ଅଧିକ ଆଇନ ରଦ୍ଦ କରାଯିବ।

ସମ୍ବନ୍ଧିତ ଖବର