ରାୟବରେଲି: ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ରାୟବରେଲି ସଂସଦୀୟ ଆସନରେ ମତଦାନ ଜାରି ରହିଛି। କେତେକ ମତଦାନ କେନ୍ଦ୍ରରେ ଇଭିଏମମ୍ ମେସିନ ଅଚଳ ଯୋଗୁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ୨୦ରୁ ଅଧିକ ଇଭିଏମ୍ ମେସିନ୍ ଅଚଳ ହୋଇଯାଇଛି। ମତଦାନ ସୁରଖୁରରେ କରିବା ପାଇଁ ଅନ୍ୟ ଇଭିଏମ୍ ଅର୍ଡର ହୋଇଛି।

Advertisment

ଉଞ୍ଚାହର ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ୍ ନମ୍ବର ୨୦୨, ୮୬, ୮୨, ୮୫ ରେ ଇଭିଏମ୍ ମେସିନ୍ ଅଚଳ ହୋଇଯାଇଛି। ସେହିପରି ସଦର ବିଧାନସଭା ଅଞ୍ଚଳରେ ବୁଥ୍ ନମ୍ବର ୨୧୦, ୪୨, ୩୪୪, ୨୨୫, ୩୯୧,୧୫୦ ରେ ଇଭିଏମ୍ ମେସିନ୍ ଅକାମୀ ହୋଇଯାଇଛି। ହରଚାନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଥ୍ ନମ୍ବର ୨୨୫, ୮୨, ୯୬, ୮, ୧୯, ୧୫୦ ରେ ଇଭିଏମ୍ ମେସିନ୍‌ରେ ତ୍ରୁଟି ଥିବା ଖବର ମିଳିଛି ।

ସେହିପରି ବାଘରୱାନ୍ ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ୍ ନମ୍ବର ୩୩୩ ଏବଂ ସରେନି ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଥ୍ ନମ୍ବର ୩୫୫, ୨୦୯, ୯୦, ୧୪୩ ରେ ଇଭିଏମ୍ ମେସିନ୍ ଅଚଳ ହୋଇଯାଇଥିବା ସୂଚନା ମିଳିଛି। ଲୋକେ ଭୋଟ୍ ଦେବାକୁ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍‌ରେ ନୂଆ ଇଭିଏମ୍ ମେସିନ୍‌କୁ ପେକ୍ଷା କରି ରହିଥିବାର ଦେଖିବାକୁ ମିଳିଛି।