ଟେଲିଭିଜନ ଓ ରେଡିଓରେ ମହିଳାଙ୍କ ସ୍ୱର ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ, ଦେଶ ଛାଡ଼ିବାକୁ ନିବେଦନ କଲେ ୨,୦୦୦ ସାମ୍ବାଦିକ

କାବୁଲ: ଆଫଗାନିସ୍ତାନର କାନ୍ଦାହାରରେ ସମସ୍ତ ଟେଲିଭିଜନ ଏବଂ ରେଡିଓ ଚ୍ୟାନେଲରେ ସଙ୍ଗୀତ ପରିବେଷଣ ଏବଂ ମହିଳାଙ୍କ ସ୍ୱର ଉପରେ ପ୍ରତିବନ୍ଧକ ଲଗାଇଛି ତାଲିବାନ | ମହିଳା ଏବଂ ପୁରୁଷଙ୍କୁ ସମାନ ଅଧିକାର ଦିଆଯିବ ବୋଲି କହି ତାଲିବାନ ଏବେ ନିଜର ଅସଲ ରୂପ ଦେଖାଇବା ଆରମ୍ଭ କରିଛି |

ଅଗଷ୍ଟ ୧୫ରେ ତାଲିବାନ ଆଫଗାନିସ୍ତାନକୁ ଦଖଲ କରିଥିଲା | ଏହା ପରେ କିଛି ଗଣମାଧ୍ୟମ ସଂସ୍ଥା ଡରରେ ମହିଳା ଉପସ୍ଥାପକ ହଟାଇଥିବା ବେଳେ ଆଜି ଏଭଳି ଖବର ସାମ୍ନାକୁ ଆସିଛି | ଅନ୍ୟ ପକ୍ଷରେ ତାଲିବାନ ଡରରେ ପ୍ରାୟ ୨,୦୦୦ ସାମ୍ବାଦିକ ଆଫଗାନିସ୍ତାନ ଛାଡ଼ିବା ପାଇଁ ସ୍ଥାନାନ୍ତର ଆବେଦନ କରିଥିବା କହିଛି ଇଣ୍ଟରନ୍ୟାସନାଲ ଫେଡେରେସନ୍ ଅଫ୍ ଜର୍ଣ୍ଣାଲିଷ୍ଟ (ଆଇଏଫଜେ) |

indiatoday.in

ଆଇଏଫଜେ କହିଛି ଯେ, ୨୦୦୦ରୁ ଅଧିକ ଆଫଗାନିସ୍ତାନ ସାମ୍ବାଦିକଙ୍କ ସ୍ଥାନାନ୍ତର ଆବେଦନ ଆଇଏଫଜେ ଦ୍ୱାରା ଗ୍ରହଣ କରାଯାଇଛି | କାବୁଲ ବିମାନବନ୍ଦରରୁ ଆଫଗାନିସ୍ତାନ ଗଣମାଧ୍ୟମ କର୍ମଚାରୀଙ୍କ ସୁରକ୍ଷିତ ସ୍ଥାନାନ୍ତର ପାଇଁ ତାଲିବାନକୁ ଅନୁରୋଧ କରାଯାଇଛି |

ତେବେ ତାଲିବାନ, ସମସ୍ତଙ୍କୁ ସୁରକ୍ଷା ଦିଆଯିବା ସହ ସମସ୍ତଙ୍କୁ ସମାନ ଅଧିକାର ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେହି ବି ତାଲିବାନ ପ୍ରତିଶ୍ରୁତି ଉପରେ ବିଶ୍ୱାସ କରିପାରୁନାହାନ୍ତି | ତାଲିବାନ ଡରରେ ପ୍ରାୟ ୩,୦୦୦ ଆଫଗାନ ଦେଶ ଛାଡିଛନ୍ତି, ଯେଉଁମାନଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ଅଛନ୍ତି |

ସମ୍ବନ୍ଧିତ ଖବର