ଆମେରିକା-ଚୀନ ବାଣିଜ୍ୟ ଯୁଦ୍ଧ ତୀବ୍ର ହେଉଥିବା ବେଳେ ପ୍ରତି ବର୍ଷ ପାଠ ପଢ଼ିବାକୁ ଆମେରିକା ଆସୁଛନ୍ତି ସାଢ଼େ ତିନି ଲକ୍ଷ ଚୀନ ଛାତ୍ର

ନୂଆଦିଲ୍ଲୀ: ଏପଟେ ଦୁଇ ଦେଶ ମଧ୍ୟରେ ତୀବ୍ର  ବାଣିଜ୍ୟ ଯୁଦ୍ଧ ଚାଲିଥିବା ବେଳେ ସେପଟେ ଆମେରିକାକୁ ପାଠ ପଢ଼ିବାକୁ ଆସୁଛନ୍ତି ସବୁଠାରୁ ଅଧିକ ସଂଖ୍ୟକ ଛାତ୍ର। ୨୦୧୮-୧୯ଶିକ୍ଷା ବର୍ଷରେ ଚୀନରୁ ମୋଟ ୩,୬୯,୫୪୮ ସଂଖ୍ୟକ ଛାତ୍ର ଆମେରିକା ଆସିଛନ୍ତି । ଇଣ୍ଟରନ୍ୟାସନାଲ ଏଜୁକେଶନଲ ଏକ୍ସଚେଞ୍ଜ-୨୦୧୯ରିପୋର୍ଟ ମୁତାବକ, ପ୍ରତି ବର୍ଷ ଆମେରିକା ପଢିବାକୁ ଆସୁଥିବା ଛାତ୍ର ସଂଖ୍ୟା ୧୦ଲକ୍ଷରୁ ଅଧିକ ହେବ । ଏହି ଛାତ୍ରଙ୍କ ମଧ୍ୟରେ ଚୀନରୁ ଆସିଥିବା ଛାତ୍ରଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି । ଏହା ତୁଳନାରେ ଛାତ୍ର ସଂଖ୍ୟାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ୨୦୧୮-୧୯ ଶିକ୍ଷା ବର୍ଷରେ ଭାରତରୁ ଆମେରିକା ଅଧ୍ୟୟନ ପାଇଁ ଆସିଥିବା ଛାତ୍ରଙ୍କ ସଂଖ୍ୟା ୨ଲକ୍ଷ ବୋଲି ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ଆମେରିକାରେ ଅଧ୍ୟୟନ କରିବାକୁ ଆସିଥିବା ଭାରତୀୟ ଛାତ୍ରଙ୍କ ସଂଖ୍ୟା ୨୦୧୮-୧୯ରେ ୨,୦୨,୦୧୪ ରହିିଛି । ପୂର୍ବ ବର୍ଷ ଛାତ୍ରଙ୍କ ପ୍ରିୟ ବିଷୟ ଇଂରାଜୀ ରହିଥିଲା । ଏଥିରେ ୨୧.୧ସଂଖ୍ୟାରୁ ଅଧିକ ଛାତ୍ର ପ୍ରବେଶ କରିଥିଲେ । ସୂଚନାନୁସାରେ, ଆମେରିକା ଅର୍ଥବ୍ୟବସ୍ଥାରେ ଶିକ୍ଷା ଶିଳ୍ପର ଯୋଗଦାନ ବୃଦ୍ଧି ପାଇବାରେ ଲାଗିଛି । ୨୦୧୮ବର୍ଷରେ ସମଗ୍ର ଦେଶରୁ ଆସୁଥିବା ଛାତ୍ର ଆମେରିକା ଅର୍ଥବ୍ୟବସ୍ଥାରେ ୪୪.୭ ଆରବ ଡଲାର ଯୋଗଦାନ କରିଛନ୍ତି । ଚଳିତ ବର୍ଷ ୨୦୧୭ତୁଳନାରେ ୫.୫ପ୍ରତିଶତ ଅଧିକ ରହିଛି । ଆମେରିକା ଉଚ୍ଚ ଶିକ୍ଷା ସଂସ୍ଥାରେ ବର୍ତ୍ତମାନ ବୈଷୟିକ ଛାତ୍ରଙ୍କ ସଂଖ୍ୟା ପାଖାପାଖି ୫% ରହିଛି ।

ଆମେରିକାକୁ ଅଧ୍ୟୟନ କରୁଥିବା ଛାତ୍ରଙ୍କ ମଧ୍ୟରେ ଚୀନର ଅଧିକ ଛାତ୍ର ରହିଛନ୍ତି । ୨୦୧୮-୧୯ଶିକ୍ଷା ବର୍ଷରେ ଚୀନରୁ ମୋଟ ୩,୬୯,୫୪୮ ସଂଖ୍ୟକ ଛାତ୍ର ଆମେରିକା ଆସିଛନ୍ତି । ଏହି ସୂଚୀ ଅନୁସାର, ତୃତୀୟରେ ଦକ୍ଷିଣ କୋରିଆ (୫୨,୨୫୦), ଚତୁର୍ଥରେ ସାଉଦି ଆରବ(୩୭.୦୮୦) ଏବଂ ପଞ୍ଚମରେ କାନାଡା(୨୬,୧୨୨) ସଂଖ୍ୟକ ଛାତ୍ର ଅଛନ୍ତି ।

ସମ୍ବନ୍ଧିତ ଖବର