ଯୁଦ୍ଧରେ ଆଜର୍‌ବୈଜାନ୍‌ କୁ ବ୍ୟାପକ କ୍ଷତି, ୩ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଋଷ ଭଳି ଅଧା ଏସିଆ ଓ ଅଧା ୟୁରୋପ ମହାଦେଶରେ ଆସୁଥିବା ଦୁଇ ଦେଶ ଆର୍ମେନିଆ ଏବଂ ଆଜର୍‌ବୈଜାନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆଜର୍‌ବୈଜାନ ବିପୁଳ କ୍ଷତି ସହିଛି | ଏହି ଯୁଦ୍ଧରେ ଆଜର୍‌ବୈଜାନର ପ୍ରାୟ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଆଜର୍‌ବୈଜାନ ସରକାର ଦାବି କରିଛନ୍ତି ଯେ ଗୁପ୍ତଚର ତଥ୍ୟ ଅନୁଯାୟୀ ଜଣାପଡିଛି ଯେ ଆମର ୩୦୦୦ ନାଗରିକଙ୍କର ମୃତ୍ୟୁ ଘଟିଛି। ଅନେକ ମୃତ ଦେହ ଏପରି ସ୍ଥାନରେ ପଡ଼ିରହିଛି, ଯେଉଁଠାରୁ ଏସବୁକୁ ଅଣାଯାଇପାରିବ ନାହିଁ |

ବାସ୍ତବରେ,ଏହି ଯୁଦ୍ଧର ମୂଳ କାରଣ ହେଉଛି ନାଗୋର୍ଣ୍ଣୋ-କାରାବାଖ ଅଞ୍ଚଳ। ୧୯୯୪ ଯୁଦ୍ଧରେ ଆର୍ମେନିଆ ଅଧିକାର କରିନେଇଥିବା ଏହି ପାର୍ବତ୍ୟ ଅଞ୍ଚଳକୁ ଆଜର୍‌ବୈଜାନ୍ ନିଜର ବୋଲି ଦାବି କରୁଛି। ପୁରୁଣା ବିବାଦକୁ ନେଇ ଉଭୟ ଦେଶ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି।

୨୦୧୮ ରେ ତିକ୍ତତା ଆରମ୍ଭ ହୋଇଥିଲା, ଯେତେବେଳେ ଉଭୟ ଦେଶର ସୈନ୍ୟବାହିନୀ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସେମାନଙ୍କର ସୈନ୍ୟ ବଳ ବୃଦ୍ଧି କରିଥିଲେ। ୟୁରୋପର ଅନେକ ଦେଶ ଶାନ୍ତି ପାଇଁ ଦୁଇ ଦେଶକୁ ନିବେଦନ କରିଛନ୍ତି। ସେହିପରି ରୁଷ୍ ଖ୍ରୀଷ୍ଟିଆନ୍ ବହୁଳ ଦେଶ ଆର୍ମେନିଆକୁ ସମର୍ଥନ କରୁଥିବା ବେଳେ ମୁସ୍‌ଲିମ୍ ବହୁଳ ଦେଶ ଆଜର୍‌ବୈଜାନ୍‌କୁ ତୁର୍କୀ ସମର୍ଥନ କରୁଛି ।

ସମ୍ବନ୍ଧିତ ଖବର