ବିକାଶର ବିଭିନ୍ନ ପର୍ଯ୍ୟାୟରେ ୩୦ରୁ ଊର୍ଦ୍ଧ୍ବ କୋଭିଡ୍-୧୯ ଟିକା ଥିବା କଥା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଲେ ବୈଜ୍ଞାନିକ

ନୂଆଦିଲ୍ଲୀ: କରୋନାଭାଇରସ୍‌ ବିରୋଧରେ ୩୦ରୁ ଊର୍ଦ୍ଧ୍ବ ପ୍ରତିଷେଧକ ଟିକା ବିକାଶର ବିଭିନ୍ନ ପର୍ଯ୍ୟାୟରେ ରହିଛି। ସେଥିରୁ ଭାରତରେ ଅଳ୍ପ କେତୋଟି ଟିକା ଡାକ୍ତରୀ ପରୀକ୍ଷା ପର୍ଯ୍ୟାୟକୁ ଯିବ ବୋଲି ବିଶେଷଜ୍ଞମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଟାସ୍କ୍‌ ଫୋର୍ସ ବୈଠକରେ କହିଛନ୍ତି।

ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାଭାଇରସ୍ ଟିକା ବିକାଶ ସମ୍ବନ୍ଧୀୟ ଟାସ୍କ ଫୋର୍ସ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଟିକା ବିକାଶ, ଔଷଧ ଆବିଷ୍କାର, ନିଦାନ ଓ ପରୀକ୍ଷଣ ଆଦିରେ ଭାରତର ସାମ୍ପ୍ରତିକ ଉଦ୍ୟମ ବିଷୟରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ।

Image Source: Zee News

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ରିଲିଜ୍ ହୋଇଥିବା ବିବୃତି ଅନୁସାରେ, ପ୍ରାଥମିକ ପର୍ଯ୍ୟାୟ ଟିକା ବିକାଶ ଗବେଷଣା‌ରେ ଭାରତୀୟ କମ୍ପାନିମାନେ ନୂତନ ଉଦ୍ଭାବକ ହୋଇସାରିଛନ୍ତି। ଦେଶରେ ଔଷଧ ବିକାଶ ନିମନ୍ତେ ତିନୋଟି ଦିଗ ଉପରେ ଦୃଷ୍ଟି ଦିଆଯାଉଛି। ପ୍ରଥମଟି ହେଲା, ଅନ୍ୟାନ୍ୟ ରୋଗ ନିମନ୍ତେ ଉଦ୍ଦିଷ୍ଟ ଔଷଧ ସବୁ କରୋନାଭାଇରସ୍ କ୍ଷେତ୍ରରେ ପ୍ରୟୋଗ କରାଇବା। ଅନ୍ୟୂନ ଚାରିଟି ଔଷଧ କାମ ଦେଇପାରେ ବୋଲି ଆଶା କରି ପରୀକ୍ଷା କରାଯାଉଛି। ଦ୍ବିତୀୟରେ ନୂଆ କ୍ୟାଣ୍ଡିଡେଟ୍ ଔଷଧ ଓ ମଲିକ୍ୟୁଲ୍ ପରୀକ୍ଷା କରାଯାଉଛି। ତୃତୀୟତଃ, ଭୂତାଣୁ ପ୍ରତିରୋଧକ କ୍ଷମତା ଥିବା ଉଦ୍ଭିଦ ନିର୍ଯ୍ୟାସ ପରୀକ୍ଷା କରାଯାଉଛି।

 

ସମ୍ବନ୍ଧିତ ଖବର