ଜେନେଭା : ୟୁକ୍ରେନ୍ରେ ୩ ହଜାରରୁ ଅଧିକ ନାଗରିକଙ୍କ ମୃତ୍ୟୁ ହେଲାଣି। ରୁଷ୍ ଆକ୍ରମଣରେ ୩,୧୫୩ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ଜାତିସଂଘ ମାନବ ଅଧିକାର ଅଫିସ୍ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ରୁଷ୍ ଲୁହାନସ୍କର ରୁବିଜ୍ନି ସହରରେ ଏହାର ଆକ୍ରମଣକୁ ଜୋରଦାର କରିଛି। ରୁବିଜ୍ନି ସହରରେ ରୁଷ୍ ଅନବରତ ବୋମାବର୍ଷା କରୁଛି। ସେଠାରେ ମାନବୀୟ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଶେଷ ଥର ପାଇଁ ରୁବିଜ୍ନିରେ ଗତ ସପ୍ତାହରେ ଉଦ୍ଧାର ଗାଡ଼ି ପହଞ୍ଚିଥିଲା। ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ରେ ବିଦେଶ ଦୂତାବାସ ଗୁଡ଼ିକ ପୁଣି କାର୍ଯ୍ୟକ୍ଷମ ହେବ। ମେ’ ଶେଷ ସୁଦ୍ଧା ଆମେରିକା କିବ୍ରେ ଏହାର ଦୂତାବାସ ପୁଣିଥରେ ଖୋଲିବାପାଇଁ ନିଷ୍ପତ୍ତି ନେଇଛି। ୟୁକ୍ରେନ୍ରେ ଆକ୍ରମଣ ପାଇଁ ରୁଷ୍ ‘ସ୍ମାର୍ଟ ମାଇନ୍’ ମୁତୟନ କରିଛି। ଏହି ଆଣ୍ଟି-ଟ୍ୟାଙ୍କ୍ ମାଇନ୍ର ବ୍ୟବହାର କରି ରୁଷ୍ ୟୁକ୍ରେନ୍ରେ ଏହାର ସାମରିକ ଅପରେସନ୍ରେ ଅଗ୍ରସର ହେଉଛି ଏବଂ ଟାର୍ଗେଟ୍ରେ ବୋମାବର୍ଷା କରୁଛି। ଉକ୍ତ ଆଣ୍ଟି-ଟ୍ୟାଙ୍କ୍ ମାଇନ୍କୁ ପିଟିକେଏମ୍-୧ ଆର୍ କୁହାଯାଉଛି। ଏହାର ଓଜନ ୨୧ କିଲୋଗ୍ରାମ୍। ଏହା ୟୁକ୍ରେନ୍ର ସାମରିକ ପ୍ରତିଷ୍ଠାନ ଗୁଡ଼ିକୁ ଟାର୍ଗେଟ୍ କରି ବୋମାବର୍ଷା କରୁଛି।
ୟୁକ୍ରେନ୍ରେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି: ରୁବିଜ୍ନିରେ ରୁଷ୍ର ଅନବରତ ଗୋଳାବର୍ଷା
‘ସ୍ମାର୍ଟ ମାଇନ୍’ ମୁତୟନ କରିଛି ରୁଷ୍
/sambad/media/post_attachments/wp-content/uploads/2022/03/russia-attack.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)