ନୂଆଦିଲ୍ଲୀ: ୧୨-୧୪ ବର୍ଷ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହେବାର ପ୍ରଥମ ଦିନରେ ୩ ଲକ୍ଷରୁ ଅଧିକ ଶିଶୁ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ଏଥିସହ ଦେଶରେ ମୋଟ୍ ଟିକାକରଣ ୧୮୦.୮୦ କୋଟି ପହଞ୍ଚିଛି। ମାର୍ଚ୍ଚ ୧, ୨୦୨୧ ସୁଦ୍ଧା ଦେଶରେ ୧୨ରୁ ୧୩ ବର୍ଷ ବୟସର ପିଲାଙ୍କ ସଂଖ୍ୟା ୪.୭ କୋଟି। ଦେଶରେ ସ୍ବାସ୍ଥ୍ୟକର୍ମୀ , ଆଗଧାଡ଼ିର କର୍ମୀ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିମାନେ ୨.୧୫ କୋଟିରୁ ଅଧିକ ପ୍ରିକସନ ଡୋଜ୍ ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଜାନୁଆରି ୧୬ରେ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲା। ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିଲା। ଫେବ୍ରୁଆରି ୨ରେ ଆଗଧାଡ଼ିର କର୍ମୀଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିଲା। ଗତ ବର୍ଷ ଏପ୍ରିଲ ୧ରେ ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିଲା।
ପ୍ରଥମ ଦିନରେ ୩ ଲକ୍ଷରୁ ଅଧିକ ଶିଶୁ ଟିକା ନେଲେ
/sambad/media/post_attachments/wp-content/uploads/2021/12/children-vaccine.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)