ନୂଆଦିଲ୍ଲୀ : ଦେଶରେ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଆରୋଗ୍ୟଙ୍କ ସଂଖ୍ୟା ବଢ଼ୁଛି। ଏହା ଏକ ସକରାତ୍ମକ ଦିଗ। ଗତ ୨୪ ଘଣ୍ଟା‌ରେ ଦେଶରେ ୩ ଲକ୍ଷରୁ ଅଧିକ କରୋନାରୁ ସୁସ୍ଥ ହୋଇଛି। ୧୦ ରାଜ୍ୟରୁ ୭୩.୪୯ ପ୍ରତିଶତ ନୂଆ ଆରୋଗ୍ୟ ମାମଲା ରହିଛି। ଗତ ୨୪ ଘଣ୍ଟାରେ କେବଳ ୩,୦୦,୭୩୨ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୮୧.୭୭ ପ୍ରତିଶତ ରହିଛି। ପଜିଟିଭ୍‌ ହାର ୨୧.୧୯ ପ୍ରତିଶତ ରହିଛି। ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଉତ୍ତରପ୍ରଦେଶ, ଦିଲ୍ଲୀ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଏବଂ ବିହାରରେ ୭୩.୮୮ ପ୍ରତିଶତ ନୂଆ ମାମଲା ରହିଛି। ୧୨ ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, କେରଳ, ରାଜସ୍ଥାନ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ବିହାର ଏବଂ ହରିୟାଣାରୁ ୮୧.୪୬ ପ୍ରତିଶତ ସକ୍ରିୟ ମାମଲା ରହିଛି।

Advertisment

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଚିନ୍ତା ବଢ଼ାଇଛି। ସଂକ୍ରମଣ ବଢ଼ିବା ସହ ଚିକିତ୍ସାକୁ ନେଇ ଯେଉଁ ଉତ୍କଟ ସଙ୍କଟ ଦେଖାଦେଇଛି ତାହା ମୁଣ୍ଡବ୍ୟଥାର କାରଣ ହୋଇଛି। ତେବେ ଏଭଳି ସ୍ଥିତିରେ ଏକ ଆଶ୍ବସ୍ତିକର ଖବର ଆସିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦିଲ୍ଲୀ, ଗୁଜରାଟ, ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ କମୁଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‌ କହିଛନ୍ତି, ଆରୋଗ୍ୟ ହାର ଆଶ୍ବସ୍ତିକର ହୋଇଛି। ମେ’ ୨ରେ ଆରୋଗ୍ୟ ହାର ୭୮ ପ୍ରତିଶତ ଥିବାବେଳେ ମେ’ ୩ରେ ଏହା ୮୨ ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ଅନ୍ୟ କିଛି ରାଜ୍ୟମାନଙ୍କରେ ସଂକ୍ରମଣ ବୃଦ୍ଧି ହେଉଛି ଏବଂ ସଂକ୍ରମଣ ରୋକିବା ଦିଗରେ ଉକ୍ତ ରାଜ୍ୟମାନେ କଡ଼ା ପଦକ୍ଷେପ ଗ୍ରହଣ କରିବା ଉଚିତ୍‌ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସଂକ୍ରମଣ ବଢ଼ୁଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ହରିୟାଣା, କର୍ଣ୍ଣାଟକ, କେରଳ ଆଦି ରହିଛନ୍ତି।