ନୂଆଦିଲ୍ଲୀ : ଅନ୍ଲକ୍ ୨.୦ ଶେଷ ହେବାପାଇଁ ମାତ୍ର ଆଉ ୫ ଦିନ ବାକି ଅଛି। ଏହି ପ୍ରକ୍ରିୟା ଆରମ୍ଭ ସମୟରେ କେନ୍ଦ୍ର ସରକାର ଅନେକ କଟକଣା କୋହଳ କରିଥିଲେ। କିନ୍ତୁ ଦେଶରେ ଏବେ ସଂକ୍ରମଣ ଯେଉଁଭଳି ବଢ଼ିଚାଲିଛି ତାହା ଲୋକମାନଙ୍କ ମଧ୍ୟରେ ଭୟ ବଢ଼ାଇଛି। ତେଣୁ ଅନ୍ଲକ୍ ୩.୦ ଉପରେ ସମସ୍ତଙ୍କ ନଜର ରହିଛି। ପ୍ରଥମ ଥର ପାଇଁ ଭାରତ ଗୋଟିଏ ଦିନରେ ୪ ଲକ୍ଷ ୪୨ ହଜାର ୩୧ ନମୁନା ପରୀକ୍ଷା କରିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗୋଟିଏ ଦିନରେ ସରକାରୀ ଲ୍ୟାବ୍ରେ ୩ ଲକ୍ଷ ୬୨ ହଜାର ୧୫୩ ନମୁନା ପରୀକ୍ଷା ହୋଇଥିବାବେଳେ ଘରୋଇ ଲ୍ୟାବ୍ରେ ୭୯ ହଜାର ୮୭୮ ନମୁନା ପରୀକ୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୮ ହଜାର ୬୬୧ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୭୦୫ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୩୬ ହଜାର ୧୪୫ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୮ ଲକ୍ଷ ୮୫ ହଜାର ୫୭୬କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ମୃତ୍ୟୁହାର ୨.୩୧ ପ୍ରତିଶତକୁ ଖସି ଆସିଛି। ଦେଶରେ ମୋଟ୍ ସଂକ୍ରମଣ ମାମଲା ୧୩ ଲକ୍ଷ ୮୫ ହଜାର ୫୨୨କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁସଂଖ୍ୟା ୩୨ ହଜାର ୬୩ରେ ପହଞ୍ଚିଛି। ଦେଶରେ ସକ୍ରିୟ ମାମଲା ୪ ଲକ୍ଷ ୬୭ ହଜାର ୮୮୨ ଥିବାବେଳେ ଆରୋଗ୍ୟ ହାର ୬୩.୯୨ ପ୍ରତିଶତକୁ ବୃଦ୍ଧି ପାଇଛି। ଲଗାତାର ୪ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୪୫ ହଜାରରୁ ଅଧିକ ରହିଛି।
ଦିନକରେ ୩୬ ହଜାରରୁ ଅଧିକ ଆରୋଗ୍ୟ
ସଂକ୍ରମିତ ସଂଖ୍ୟା ୧୩ ଲକ୍ଷ ୮୫ ହଜାର ଟପିଲା, ଟେଷ୍ଟିଂରେ ରେକର୍ଡ
/sambad/media/post_attachments/wp-content/uploads/2020/07/Covid-recovery.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)