ନୂଆଦିଲ୍ଲୀ: ଲଗାତାର ୪ ଦିନ ଧରି ଦେଶରେ କୋଭିଡ୍ ସଂକ୍ରମଣ ମାମଲା ୪୦ ହଜାରରୁ ଅଧିକ ରହିଛି। ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ଦେଶରେ ୪୨,୬୧୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩୩୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩,୨୯,୪୫,୯୦୭ ପହଞ୍ଚିଛି। କରୋନା ମୃତ୍ୟୁସଂଖ୍ୟ ୪ ଲକ୍ଷ ୪୦ ହଜାର ଟପିଯାଇଛି। ଦେଶରେ ସକ୍ରିୟ ମାମଲା ୪,୦୫,୬୮୧ ରହିଥିବା ବେଳେ ଏହା ମୋଟ୍ ସଂକ୍ରମଣ ମାମଲାର ୧.୨୩ ପ୍ରତିଶତ। ଦେଶରେ ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରୁ ୯୦ ପ୍ରତିଶତ ମାମଲା ଚିହ୍ନଟ ହୋଇଛି। କେରଳରେ ଗତ ୨୪ ଘଣ୍ଟାରେ ୨୯,୩୨୨ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୪,୩୧୩, ତାମିଲନାଡ଼ୁରେ ୧୫୬୮, ଆନ୍ଧ୍ରପ୍ରଦେଶରେ ୧୫୨୦ ଏବଂ କର୍ଣ୍ଣାଟକରେ ୧୨୨୦ ମାମଲା ଚିହ୍ନଟ ହୋଇଛି। ଦେଶରେ ବିଗତ ୨୪ ଘଣ୍ଟାରେ ୩୬,୩୮୫ ଜଣ କରୋନାରୁ ସୁସ୍ଥ ହେବା ସହ ମୋଟ୍ ଆରୋଗ୍ୟ ସଂଖ୍ୟା ୩ କୋଟି ୨୧ ଲକ୍ଷକୁ ବୃଦ୍ଧି ପାଇଛି।
ମୁମ୍ବାଇରେ ଟେଷ୍ଟ୍ ପଜିଟିଭ୍ ହାର ବଢ଼ୁଛି। ମୁମ୍ବାଇ ଟିପିଆର୍ ୧.୨୯ ପ୍ରତିଶତକୁ ବୃଦ୍ଧି ପାଇଛି। ଗୁରୁବାର ମୁମ୍ବାଇର ଟିପିଆର ୧.୧୮ ପ୍ରତିଶତ ଥିବାବେଳେ ଶୁକ୍ରବାର ଏହା ୧.୨୯ ପ୍ରତିଶତକୁ ବୃଦ୍ଧି ପାଇଛି। ତାମିଲନାଡ଼ୁର କିଛି ଜିଲ୍ଲାରେ ସଂକ୍ରମଣ ବଢ଼ିଛି। କେରଳ ଫେରନ୍ତାଙ୍କ ପାଇଁ ତାମିଲନାଡ଼ୁ ସଂକ୍ରମଣ ବଢ଼ୁଛି ବୋଲି କୁହାଯାଉଛି। ତାମିଲନାଡ଼ୁରେ ଶୁକ୍ରବାର ୧୫୬୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାରୁ ଆଗକୁ ପୁଣି କେତେକ ନୂଆ କଟକଣା ପାଇଁ ଚିନ୍ତା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/sfhsfhsfhsfhsfhsfhsfhsfh65487sf465hsfhfshfhs.jpg)