ନୂଆଦିଲ୍ଲୀ: ଧୂଳି ବସାଇବା ପାଇଁ ଗତ ଦୁଇ ଦିନ ମଧ୍ୟରେ ୧୩ଟି ଅଧିକ ପ୍ରଦୂଷିତ ଅଞ୍ଚଳରେ ପାଞ୍ଚ ଲକ୍ଷ ଲିଟର୍ରୁ ଅଧିକ ପାଣି ସିଞ୍ଚନ ହୋଇଥିବା କଥା ରବିବାର ଦିନ ଦିଲ୍ଲୀ ଅଗ୍ନିଶମ ସେବାର ଜଣେ ଅଧିକାରୀ କହିଛନ୍ତି।
ସହରରେ ଧୂଳି ପ୍ରଦୂଷଣରେ ବାଧା ଦେବାକୁ ଦିଲ୍ଲୀ ସରକାର ଆଦେଶ ଦେବା ପରେ ଶନିବାର ଦିନ ଏହି ଅଭିଯାନ ଆରମ୍ଭ କରାଯାଇଥିଲା।
ରୋହିଣୀ, ଓଖ୍ଲା ଫେଜ୍-ଟୁ, ପଞ୍ଜାବୀ ବାଗ, ଆନନ୍ଦ ବିହାର, ବିବେକ ବିହାର, ଓ୍ଵାଜିରପୁର, ଜାହାଙ୍ଗିରପୁର, ଆର୍କେ ପୁରମ୍, ବଓ୍ଵାନା, ନରେଲା, ମୁଣ୍ଡକା ଏବଂ ମାୟାପୁରୀ ଆଦି ୧୩ଟି ଅଧିକ ପ୍ରଦୂଷିତ ଅଞ୍ଚଳରେ ଜଳ ସିଞ୍ଚନ କରାଯାଇଛି।
/sambad/media/post_attachments/wp-content/uploads/2019/11/spray1-300x200.jpg)
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ସ୍ଥାନଗୁଡ଼ିକୁ ଚିହ୍ନଟ କରିଥିଲା।
ମୁଖ୍ୟ ଅଗ୍ନିଶମ ଅଧିକାରୀ ଅତୁଳ ଗର୍ଗ କହିଛନ୍ତି: ଶନି ଓ ରବିବାର ମଧ୍ୟରେ ଅଗ୍ନିଶମ ବିଭାଗ ୪୦୦ରୁ ଅଧିକ ଅଗ୍ନିଶମ ସେବା କର୍ମଚାରୀ ମୁତୟନ କରି ଚିହ୍ନିତ ସ୍ଥାନଗୁଡ଼ିକରେ ପ୍ରଦୂଷଣ ଦମନ ଲାଗି ପାଞ୍ଚ ଲକ୍ଷ ଲିଟରରୁ ଅଧିକ ଜଳ ସିଞ୍ଚନ କରିଛନ୍ତି।
ସେ କହିଲେ ଯେ ଶନିବାର ଦିନ ୨୦ଟି ଦମକଳ କାମରେ ନିୟୋଜିତ କରାଯାଇଥିଲା। ପରେ ପୁଣି ଆହୁରି କେତୋଟି ମୁତୟନ କରାଗଲା।